ଚାରମାଳରେ ବାଇକ ଦୁର୍ଘଟଣା: ଜଣେ ମୃତ ଦୁଇ ଆହତ

Published: Feb 12, 2021, 2:50 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଚାରମାଳ ନିକଟରେ ଆଜି ସକାଳେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଯୁବକ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ପ୍ରକାଶ ଯେ, ଚାରମାଳ ଥାନା ବଂଶାଜାଲ ପଂଚାୟର ଭଟକାପଡା ଗ୍ରାମର ଆଇବାନ ଦେହୁରୀ(୨୨) ଏବଂ ସାଙ୍ଗ ଅଜିତ୍ ଦେହୁରୀ ଏବଂ ସୁକେଶ୍ ଦେହୁରୀ ଚାରମାଳ ଏଟିଏମ୍ କୁ ଟଙ୍କା ଉଠାଇବାକୁ ନିଜର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଚାରମାଳ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଇବାନ ଦେହୁରୀ(୨୨) ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ସାଙ୍ଗ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ଚାରମାଳ ପୋଲିସ୍ ଶବ କୁ ଘଟଣା ସ୍ଥଳରୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି।

Related posts