ବିଜେଡ଼ିର ଜୀବନବିନ୍ଦୁ କାର୍ଯ୍ୟକ୍ରମ ସହ ମିଶ୍ରଣ ପର୍ବ

Published: Feb 22, 2021, 12:26 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ମା’ ତାରାଦେବୀ କଲ୍ୟାଣ ମଣ୍ଡପରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅବସରରେ ଯୁବ ବାହିନୀ ସଭାପତି ଆଦିତ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ୨୦ ଜଣ ଅନ୍ୟ ଦଳ ଯୁବକ ବିଜେଡ଼ିରେ ଯୋଗଦାନ କରିଥିଲେ। ଏହାସହ ୩୬ନଂ ୱାର୍ଡ଼ବାସୀଙ୍କୁ ନେଇ ଏହିସ୍ଥାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।

ବିଜେଡ଼ି ବରିଷ୍ଠ ନେତା ଜଗନ୍ନାଥ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା, ରାମଚନ୍ଦ୍ର ପଣ୍ଡା ପ୍ରମୁଖ ନୂତନ ଭାବେ ଦଳରେ ଯୋଗଦେଇଥିବା ସଦସ୍ୟଙ୍କୁ ଉପଢ଼ୌକନ ସହ ସ୍ୱାଗତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଜୀତ କୁମାର ପାଣିଗ୍ରାହୀ, ଲକ୍ଷ୍ମଣ ଚୌଧୁରୀ, ବିଜୟ ଚନ୍ଦ୍ର ସାମଲ, କେ. ସତ୍ୟ ଦାସ, ମମତା ବିଷୋୟୀ, ଲକ୍ଷ୍ମୀପ୍ରିୟା ପାଢ଼ୀ, ଅଜିତ କୁମାର ପଣ୍ଡା, ଦୁର୍ଗାପ୍ରସାଦ, ଅମିତ କୁମାର ଦାସ, ସିଏଚ୍ ଗଙ୍ଗାଧର ପାତ୍ର, ସୁକାନ୍ତ କୁମାର ତ୍ରିପାଠୀ, ଭଗବାନ ଗନ୍ତାୟତ, ସୁରେନ୍ଦ୍ର ମହାରଣା ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Related posts