ପିଜୁଳି ବା ଜାମୁ ଖାଇଲେ କେବଳ ପାଟିକୁ ମିଠା ଲାଗେନି ଏହାଦ୍ବାରା ଅନେକ ରୋଗ ମଧ୍ୟ ଭଲ ହୁଏ

Published: Mar 12, 2021, 6:25 am IST

ଭୁବନେଶ୍ବର, ପିଜୁଳି ବା ଜାମୁ ପାଟିକୁ ବେଶ ସୁଆଦିଆ। ସେ କଞ୍ଚା ହେଉ କି ପାଚିଲା। ପିଜୁଳି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ସେହିପରି କିଛି ପିଜୁଳିର ଉପକାରିତା ସଂପର୍କରେ ଜାଣିବା ନିହାତି ଆବଶ୍ୟକ।

1-ପିଜୁଳିକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ଗୋଳାଇ ଖାଇଲେ ପେଟରୁ ବାୟୁ ରୋଗ ଭଲ ହେବା ସହିତ ପାଚନ ପକ୍ରିୟା ବୃଦ୍ଧି ପାଇଥାଏ।

2-ସଂଧ୍ୟା ପୂର୍ବରୁ ଗଛରୁ ବହୁ ପିଜୁଳି ତୋଳି ଆଣନ୍ତୁ। ତାହାକୁ ଧୋଇ ରାତିର ଚନ୍ଦ୍ର କିରଣରେ ରଖନ୍ତୁ। ସକାଳୁ ସକାଳୁ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ। ଏହିପରି ପ୍ରତ୍ୟେକ ଦିନ କଲେ ମୁଣ୍ଡ ରୋଗ ଭଲ ହୋଇଥାଏ।

3-ପିଜୁଳି ଗଛର କଅଁଳିଆ ପତ୍ରକୁ ଭଲ ଭାବେ ଧୋଇ ତାହାକୁ ଚୋବାଇ ଚୋବାଇ ଖାଇଲେ ଜିଭରେ ଥିବା ଘା ଭଲ ହୋଇଥାଏ।

4-ପିଜୁ ପତ୍ରକୁ ଭଲଭାବରେ ସିଝାଇ ସେହି ପାଣିକୁ ଉଷୁମ ଥିବା ସମୟରେ କୁଳୁକୁଞ୍ଚା କଲେ ଦାନ୍ତ ରୋଗ ଭଲ ହୋଇଥାଏ।

5-ପୁରା ପାଚିଲା ପିଜୁଳି ଆଣି ତାହାକୁ ଚକଟି ଖିର ଓ ଚିନି ମିଶାନ୍ତୁ। ତାହାକୁ ଛାଣି ଦୈନିକ ପିଇଲେ ଶରୀରରେ ଶକ୍ତି ତଥା ବୀର୍ଯ୍ୟ ବୃଦ୍ଧି ଘଟିଥାଏ।

Related posts