ଏହି ରାଜ୍ୟକୁ ଫେରିଲା ସପ୍ତାହିକ ଲକଡାଉନ: ରାତ୍ରି ୮ ରୁ ସକାଳ ୭ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ

Published: Apr 4, 2021, 6:44 pm IST

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବା ସହ ସପ୍ତାହିକ ଲକଡ଼ାଉନ ନେଇ ଏହି ବୈଠକରେ ଘୋଷଣା ହୋଇଛି। ଏହି ବୈଠକରେ କଟକଣାକୁ ଆହୁରି କଡାକଡି କରାଯାଇଛି।

ସନ୍ଧ୍ୟା ୮ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ। ଏହାସହ ଦିନ ବେଳେ ୧୪୪ ଧାରା ଲାଗିବ, ଯେଉଁଥିରେ ୫ ଜଣରୁ ଉର୍ଦ୍ଧ୍ଵ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ। ସପିଙ୍ଗ ମଲ, ରେଷ୍ଟୁରାଣ୍ଟ, ହୋଟେଲ ଆଦି ବନ୍ଦ ରହିବ। କେବଳ ପାର୍ସଲ ବ୍ୟବସ୍ଥା ଆରମ୍ଭ ହେବ। ସିନେମା ହଲ, ପାର୍କ, ଖେଳପଡ଼ିଆ ବନ୍ଦ ରହିବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ଯାଳୟ ଚାଲିବ। ଶିଳ୍ପ କାରଖାନା ଏବଂ ନିର୍ମାଣ କାର୍ଯ୍ୟ ଜାରି ରହିବ। ଏହାସହିତ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଅଟୋ, ଟାକ୍ସି ଏବଂ ବସ ଚଳାଚଳ କରିବ।

Related posts