
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପାଇଁ ପୁଣି ଥରେ କଟକଣା ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏହି କଟକଣା ଲାଗୁ କରାଯାଇଛି। ମନ୍ଦିରର କିଛି ସେବାୟତ ସଂକ୍ରମିତ ହେବାରୁ କଟକଣା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ପୂର୍ବ ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟମୀ ରଥଯାତ୍ରା ହେବ। ମନ୍ଦିର ପ୍ରଶାସନ ରଥଯାତ୍ରା ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏନେଇ ବିଏମସି ନିର୍ଦ୍ଦେଶନାମା ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ଲାଗିବ ବୋଲି ବିଏମସି କହିଛି।