
ଭୁବନେଶ୍ବର: ଦୈତ ନଗରୀର କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ମୋଟ ୪ ଟି ଟିମ୍ ଗଠନ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୩ ଟି ଟିମ୍ କାର୍ଯ୍ୟ କରିବ। ପ୍ରତ୍ୟେକ ଟିମରେ ୨ ଜଣ ଲେଖାଏଁ ଡାକ୍ତର ନିଯୁକ୍ତ ହେବେ। କୋଭିଡ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବେ ଏହି ସ୍ଵତନ୍ତ୍ର ଟିମ୍। ଆଇସିୟୁରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ହେଉଛି କି ନାହିଁ, ତାହା ଯାଞ୍ଚ କରିବେ।
ଗୁରୁତର ନଥିବା ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ନେଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଏହି ଟିମ କୋଭିଡ ହସ୍ପିଟାଲ ତଦାରଖ କରିବା ନେଇ ନିର୍ଦ୍ଦେଶ ରହିଛି।