
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଲକ୍ଷଣ ଦେଖାଯାଉଥିବା କୌଣସି ବରିଷ୍ଠ ନାଗରିକ ଯଦି କରୋନା ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଅସମର୍ଥ ଅଛନ୍ତି। ସେମାନଙ୍କ ପାଇଁ ବିଏମସି ଏକ ଭଲ ବ୍ୟବସ୍ଥା କରିଛି। ଘରୁ ଆସିପାରୁନଥିବା ବରିଷ୍ଠ ନାଗରିକ ମାନେ ଏବେ ଫୋନ କଲେ ନମୁନା ସଂଗ୍ରହ ଗାଡି ତାଙ୍କ ଘରେ ପହଞ୍ଚିବ। ସେଠାରେ ଏହି ଗାଡି ତାଙ୍କର ନମୁନା ସଂଗ୍ରହ କରିବ।
ତେବେ ଏଥିପାଇଁ କୋଭିଡ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରକୁ ଫୋନ କରିବାକୁ ପଡିବ। ଏହି ବ୍ୟବସ୍ଥା ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।
ସେହିଭଳି ଟୀକା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟୀକା ପାଇଁ ଯେଉଁ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡୁଥିବେ, ସେମାନଙ୍କ ପାଇଁ ମଧ୍ୟ ବିଏମସି ପ୍ରଶଂସନୀୟ ପଦକ୍ଷେପ ନେଇଛି। ଏକା ରହୁଥିବା ବରିଷ୍ଠ ନାଗରିକମାନେ ଫୋନ କରି ନିଜର ତଥ୍ୟ ଦେଲେ, ଘରେ ଗାଡି ପହଞ୍ଚିବ। ୧୯୨୯କୁ ଫୋନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଗାଡି ପହଞ୍ଚିବ। ତାଙ୍କୁ ଟୀକାକରଣ କେନ୍ଦ୍ରକୁ ନେଇ ଟୀକା ଦେବା ପରେ ପୁନଶ୍ଚ ଘରେ ଛାଡିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏନେଇ ବିଏମସି କମିଶନର ସଞ୍ଜୟ କୁମାର ସିଂହ ଘୋଷଣା କରିଛନ୍ତି।