Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଲକଡାଉନ ସମୟରେ ଅମାନିଆଙ୍କ ଭୂସ୍ଵର୍ଗ ପାଲଟିଛି ଜିରୀପଡ଼ା
ଆଜିର ଖବର

ବାଣପୁର: ଲକଡାଉନ ସମୟରେ ଅମାନିଆଙ୍କ ଭୂସ୍ଵର୍ଗ ପାଲଟିଛି ଜିରୀପଡ଼ା

May 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ସମଗ୍ର ମାନବ ସମାଜକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ମାତ୍ର ପନ୍ଥା ଲକଡ଼ାଉନ ଆପଣେଇଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣରେ ଏକ ନମ୍ବରରେ ରହୁଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ଏହାର ମୁକସାକ୍ଷୀ ପାଲଟିଛି। ଚିଲିକାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଉଛି।

ତେବେ ଏହାର କାରଣ ପ୍ରଶାସନ ଚି଼ହ୍ନଟ କରିପାରୁନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା କୋଭିଡ଼ ସଂକ୍ରମଣକୁ ବଢେଇବାରେ ପ୍ରତ୍ୟକ୍ଷ ଭାବେ କାମ କରୁଛି। ସାଧାରଣତଃ ପୋଲିସ ଏବଂ ପ୍ରଶାସନ ସହରାଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟକୁ କଡାକଡି କରୁଥିବାବେଳେ ଗ୍ରାମାଞ୍ଚଳରେ ସେତେଟା ସମ୍ଭବ ହୋଇପାରୁନି।

ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜିରୀପଡ଼ା ବର୍ତ୍ତମାନ କୋଭିଡ଼ ଅମାନିଆଙ୍କ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏଠି ସହ ସହ ଲୋକମାନେ ଏକାଠି ହେଉଥିବାବେଳେ ଭୋଜି ଭାତ ଏବଂ ମଦର ଆସର ମଧ୍ୟ ଜୋରସୋରରେ ଚାଲୁଛି।

ଗୋଟେପଟେ ପ୍ରତିଦିନ ରାଜ୍ୟରେ ବହୁ ଆକ୍ରାନ୍ତଙ୍କ ପ୍ରାଣ ଯାଉଥିବାବେଳେ ଅନ୍ୟପକ୍ଷେ ଜିରୀପଡ଼ାରେ ଭୋଜିଭାତର ଅସାର ଜମିବା ସରକାରଙ୍କ କୋଭିଡ ନିୟମକୁ ଏକ ଶକ୍ତ ଚାପୁଡ଼ା ସଦୃଶ। ତେବେ ପ୍ରାୟତଃ ସହରରୁ ଲୋକେ ଜିରୀପଡ଼ା ଯାଇ ପିକିନିକ ମନାଉଥିବା ଅଭିଯୋଗ ହେଉଛି। ଗୋଟିଏ ଜାଗାରେ ଶତାଧିକ ଲୋକ ସମାଗମ ହେବା ଦ୍ଵାରା ସଂକ୍ରମଣ ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି।

ତେବେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣିଥରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ସୁଦ୍ଧା ନୀଳାଦ୍ରିପ୍ରସାଦରେ କିପରି ସରପଞ୍ଚ ଏ ସବୁ ଜାଣିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଚିଲିକାରେ କୋଭିଡ ସଂକ୍ରମଣ ବଢୁଛି, ତେବେ ଏଥିପାଇଁ  ଦାୟୀ କିଏ ବୋଲି ଚର୍ଚ୍ଚା ହେଉଛି। ବାଣପୁର ପ୍ରଶାସନ ଏବଂ ପୋଲିସ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କରୋନା ମହାମାରୀ ବାଣପୁର ଲକଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ସହ ସହବନ୍ଧିତ ହେବ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି

January 8, 2026

ଆଇଏନଏସ ଚିଲିକାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ପ୍ୟାରେଡ

January 8, 2026

ବେଦାନ୍ତ ପ୍ରତିଷ୍ଠାତାଙ୍କ ଉପରେ ଦୁଃଖର ପାହାଡ଼: ପୁଅର ମୃତ୍ୟୁରେ ସମ୍ପତ୍ତିର ୭୫% ଦାନ ଘୋଷଣା

January 8, 2026

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026
Latest News

ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ସହ ସହବନ୍ଧିତ ହେବ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି

January 8, 2026

ଆଇଏନଏସ ଚିଲିକାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ପ୍ୟାରେଡ

January 8, 2026

ବେଦାନ୍ତ ପ୍ରତିଷ୍ଠାତାଙ୍କ ଉପରେ ଦୁଃଖର ପାହାଡ଼: ପୁଅର ମୃତ୍ୟୁରେ ସମ୍ପତ୍ତିର ୭୫% ଦାନ ଘୋଷଣା

January 8, 2026

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026

ଅନୁଗୋଳ-ତାଳଚେର ଅଞ୍ଚଳରେ ବଢୁଥିବା ବାୟୁ ପ୍ରଦୂଷଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଚିନ୍ତା

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.