Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଗ୍ରତାରା ଛକ ନିକଟରେ ସଡକ ଦୁର୍ଘଟଣା: ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କଲେନି କେହି, ପୋଲିସ ଦେଖାଇଲା ମାନବିକତା
ଆଜିର ଖବର

ଉଗ୍ରତାରା ଛକ ନିକଟରେ ସଡକ ଦୁର୍ଘଟଣା: ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କଲେନି କେହି, ପୋଲିସ ଦେଖାଇଲା ମାନବିକତା

July 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅଜଣା ଗାଡି ଧକ୍କାରେ ଜଣେ ମୋପେଡ୍ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ମଧ୍ୟରେ ମୋପେଡ୍ ଆରୋହୀ ଜଣଙ୍କ ପଡି ରହିଥିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିଲେ। ହେଲେ ଘଟଣା ବାବଦରେ ଖବର ପାଇ ପୋଲିସ ମଣିଷପଣିଆ ଦେଖାଇଛି। ପୋଲିସ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକ ଓଭର ବ୍ରିଜ୍ ଉପରେ ଏକ ମୋପେଡ୍ ଆରୋହୀଙ୍କୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଦୀର୍ଘ ସମୟ ଧରି ରାସ୍ତା ଉପରେ ମୋପେଡ୍ ଆରୋହୀ ଜଣକ ପଡି ରହିଥିଲେ। ହେଲେ କୌଣସି ଲୋକ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠା କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ଖବର ପାଇ ଜାତୀୟ  ରାଜପଥ ପାଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଂଚିଥିଲା। ଗୁରୁତର ବ୍ୟକ୍ତିଙ୍କୁ ପୋଲିସ୍ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା।

ଏହି ଉଦ୍ଧାର କାର୍ଯ୍ୟରେ ଏସଆଇ ପ୍ରଭାକର ପୃଷ୍ଟି, ହୋମ୍ ଗାର୍ଡ  ଅରୁଣ କୁମାର ବାରିକ ଓ ଚାଳକ  ଅନନ୍ତ କୁମାର  ବେହେରା ସାମିଲ ଥିଲେ। କିନ୍ତୁ ଗୁରୁତର ମୋପେଡ୍ ଆରୋହୀଜଣଙ୍କ ଜଣେ ଫେରିବାଲା ହୋଇଥିବା ବେଳେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।

ଉଗ୍ରତାରା ଛକ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.