Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଶହୀଦ ହେଲେ କର୍ତ୍ତବ୍ୟରତ ଯବାନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ଦାବି
ଆଜିର ଖବର

ବାଣପୁର: ଶହୀଦ ହେଲେ କର୍ତ୍ତବ୍ୟରତ ଯବାନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ଦାବି

October 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ଓଡ଼ିଆ ଯବାନ ଦେଶ ପାଇଁ ଡ୍ୟୁଟି କରୁଥିବା ଅବସ୍ଥାରେ ସହିଦ ହୋଇଛନ୍ତି। ଓଡ଼ିଆ ଯବାନ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗ୍ରାମର ଦେବରାଜ ମହାରଣା ଓ ବୁଲୁବଦନୀ ମହାରଣାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ମହାରଣା (୨୫)। ଜ୍ୟୋତି ପ୍ରକାଶଙ୍କ ପିତା ମଧ୍ୟ ପୂର୍ବତନ ସେନା କର୍ମଚାରୀ। ସେ ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ଥିବାବେଳେ ୨୦୧୮ ଜାନୁଆରୀ ମାସରେ ସେନା ଚାକିରିରୁ ଅବସର ନେଇଥିଲେ।

ତେବେ ତାଙ୍କ ବଡ଼ ପୁଅ ଜ୍ୟୋତିପ୍ରକାଶ ୨୦୧୬ ମସିହାରେ ଭାରତୀୟ ସେନାର ଏମଆଇଆରସି ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ପ୍ରଥମେ ପଠାନକୋଟ ଏବଂ ବର୍ତ୍ତମାନ ପଞ୍ଜାବର ଭଟିଣ୍ଡା ଠାରେ ସେନାରେ କାର୍ଯ୍ୟରତ ଥିଲେ। କିନ୍ତୁ ଗତ ଶୁକ୍ରବାର ଦିନ ମଧ୍ୟ ରାତ୍ରିରେ ଡ୍ୟୁଟି ସମୟରେ ଜ୍ୟୋତିଙ୍କ ଦେହାନ୍ତ ହୋଇଯାଇଥିବାର ଖବର ପାଇଥିଲେ ତାଙ୍କ ପିତା ଦେବରାଜ। ଶୁକ୍ରବାର ରାତି ୧୨ ରୁ ୨ ଟା ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଡ୍ୟୁଟିକୁ ବାହାରୁଥିବା ବେଳେ ମୂର୍ଚ୍ଛା ହୋଇ ପଡିଯାଇଥିଲେ। ଏହି ଘଟଣା ବାବଦରେ ଗାର୍ଡ କମାଣ୍ଡର ଦେବରାଜଙ୍କୁ ଟେଲିଫୋନ ଯୋଗେ ସୂଚନା ଦେଇଥିଲେ। ସେଠାରୁ ତୁରନ୍ତ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟର କାରଣ ଜଣାପଡ଼ିବାକୁ ଥିବା ବେଳେ ପ୍ରାଥମିକ ତଦନ୍ତରେ ଏହା ହୃଦଘାତ ଲାଗି ହୋଇଥିବାର ଜ୍ୟୋତିଙ୍କ ପିତା କହିଛନ୍ତି।  ଆଜି ଜ୍ୟୋତିଙ୍କ ମର ଶରୀରକୁ ଜାତୀୟ ପତାକାରେ ଅଚ୍ଛାଦିତ କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ସେନା ବିମାନ ଯୋଗେ ଭଟିଣ୍ଡାରୁ ଭୁବନେଶ୍ୱର ବିମାନ ବନ୍ଦର ପଠାଇବା ବ୍ୟବସ୍ଥା କରିଥବାର ସୂଚନା ମିଳିଛି।

ତେବେ ଆଜି ରାତି ୧୦.୨୦ ଘଟିକାରେ ସହିଦ ଜ୍ୟୋତିଙ୍କ ମର ଶରୀର ଭୁବନେଶ୍ୱର ପହଞ୍ଚିବ ଏବଂ ତାଙ୍କୁ ଗ୍ରହଣ କରିବାକୁ ବିଷ୍ଣୁଡିହ ପଞ୍ଚାୟତ ସରପଞ୍ଚ ଭୁବନେଶ୍ୱର ଯାଇଥିବାର ଦେବରାଜ କହିଛନ୍ତି। ତେବେ ପିତା ଦେବରାଜ ପୁଅ ଡ୍ୟୁଟିରେ ସହିଦ ହୋଇଥିବାରୁ ଗୋଟାଏ ପଟେ ଗର୍ବ ଅନୁଭବ କରୁଥିବାବେଳେ ଅନ୍ୟପଟେ ଘରର ବଡ ପୁଅ ଚାଲିଯିବାରୁ ବୁକୁ ଫଟାଇ କାନ୍ଦୁଛନ୍ତି ଜ୍ୟୋତିଙ୍କ ପରିବାର।

ଜ୍ୟୋତିଙ୍କ ଜଣେ ସାନ ଭାଇ ଥିବାବେଳେ ଆଉ ଜଣେ ଭଉଣୀ ଅଛନ୍ତି। କିନ୍ତୁ ଏହି ଘଟଣା ପରେ ସହିଦଙ୍କ ପିତା ତଥା ପୂର୍ବତନ ସେନା କର୍ମଚାରୀ ଦେବରାଜ ଏକ ଇଚ୍ଛା ପ୍ରକାଶ କରିଛନ୍ତି। ପୁଅର ମର ଶରୀର ଗ୍ରାମରେ ଆସିବାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଉ ବୋଲି ପୂର୍ବତନ ସେନା କର୍ମଚାରୀ ନିବେଦନ କରିଛନ୍ତି। କାରଣ ଏଯାବତ ଏହି ବିଷୟରେ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ନଥିବାରୁ ସହିଦ ଜ୍ୟୋତିପ୍ରକାଶଙ୍କ ପିତା ଦୁଃଖ ପ୍ରକାଶ କରିଛନ୍ତି।

ବାଣପୁର ରାଷ୍ଟ୍ରୀୟ ମର୍ଯ୍ୟାଦା ଶେଷକୃତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026
Latest News

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.