ଆହୁରି ଏକ ମାସ ପାଇଁ ବୃଦ୍ଧି ହେଲା ପୁରୀ-ପାଟନା ବିଶେଷ ଟ୍ରେନ ସେବା

Published: Oct 27, 2021, 6:57 pm IST

ଭୁବନେଶ୍ବର: ଯାତ୍ରୀ ମାନଙ୍କ ଚାହିଦା ଓ ଦାବିକୁ ଦୃଷ୍ଟିରେ ରଖି ୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ସ୍ପେଶାଲର ସେବା ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

ପୁରୀରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୨ଘ.୫୫ମି.ରେ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସ୍ପେଶାଲ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଫେରିବା ମାର୍ଗରେ ପାଟନାରୁ ପ୍ରତ୍ୟେକ ସୋମବାର ଅପରାହ୍ନ ୧ଘ.୪୫ମି.ରେ ଛାଡୁଥିବା ୦୮୪୪୦ ପାଟନା-ପୁରୀ ସ୍ପେଶାଲ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

Related posts