Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏସ୍‌ପି ବଦଳରେ ବିଜେପିକୁ ଭୋଟ୍‌ ଦେଇଥିବାରୁ ଆଙ୍ଗୁଳି କାଟିଲେ ଯୁବକ
ଆଜିର ଖବର

ବିଏସ୍‌ପି ବଦଳରେ ବିଜେପିକୁ ଭୋଟ୍‌ ଦେଇଥିବାରୁ ଆଙ୍ଗୁଳି କାଟିଲେ ଯୁବକ

April 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
one man cuts his fingure due to guilty polling
one man cuts his fingure due to guilty polling

ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ବୁଲନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଜଣକ ହେଲେ ପଓ୍ବନ କୁମାର। ସେ ବହୁଜନ ସମାଜବାଦୀ ପାର୍ଟି(ବିଏସପି)ର ବଡ ସମର୍ଥକ। ଗୁରୁବାର ସକାଳୁ ଭୋଟ ଦେବାପାଇଁ ଯାଇଥିବାବେଳେ ଇଭିଏମ୍‌ ମେଶିନରେ ହଠାତ୍‌ ବିଏସପି ଦଳୀୟ ଚିହ୍ନ ହାତୀ ବଦଳରେ ଭାଜପାର ଦଳୀୟ ଚିହ୍ନ ପଦ୍ମ ବଟନ୍‌ ଉପରେ ପ୍ରେସ୍‌ କରିଦେଇଥିଲେ। ସେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଆରଏଲଡି ମେଣ୍ଟରେ ବିଏସପିରୁ ପ୍ରାର୍ଥୀ ହୋଇଥିବା ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଭୋଟଟି ଭୁଲବଶତଃ ବିଜେପି ଏମପି ତଥା ପ୍ରାର୍ଥୀ ଭୋଲା ସିଂହଙ୍କ ଖାତାକୁ ଚାଲିଯାଇଥିଲା। ଭୋଟ ଦେଇ ଆସିବା ପରେ ସେ ନିଜ ଭୁଲ ପାଇଁ ପଶ୍ଚାତାପ କରିବା ସହ ନିର୍ବାଚନ କାଳି ଲାଗିଥିବା ଅଙ୍ଗୁଳିକୁ କାଟିଦେଇଥିଲେ। ସୋସିଆଲ  ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ନିଜର ଦୁଃଖ ପ୍ରକାଶ କରିଛନ୍ତି ପଓ୍ବନ।

man polling thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

SEBI Office in Bhubaneswar: ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

May 19, 2026

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026
Latest News

SEBI Office in Bhubaneswar: ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

May 19, 2026

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.