ଗ୍ୟାସ ଦର ବୃଦ୍ଧି ପ୍ରତିବାଦ: ଆସନ୍ତାକାଲିଠୁ ୩ ଦିନ ଧରି ଆନ୍ଦୋଳନ କରିବ ବିଜେଡ଼ି

Published: Nov 21, 2021, 12:34 pm IST

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧିକୁ ନେଇ କେଦ୍ର ସରକାର ବିରୋଧରେ ବିଜେଡ଼ିର ପ୍ରତିବାଦ କରିବ। ତିନି ଦିନ ଧରି ରାଜ୍ୟରେ ଆନ୍ଦୋଳନକୁ ଓହ୍ଳାଇବ ବିଜେଡ଼ି। ଆସନ୍ତାକାଲି ଠାରୁ ବିଜେଡ଼ି ଆନ୍ଦୋଳନ ଆରମ୍ଭ କରିବ। ଆସନ୍ତାକାଲି କଟକର ଆରଡିସି ସମ୍ମୁଖରେ ବିଜେଡ଼ି ଧାରଣା ଦେବ। ସେହିଭଳି ୨୩ ତାରିଖରେ ସମ୍ବଲପୁରରେ ପ୍ରତିବାଦ କରିବାକୁ ଥିବା ବେଳେ ୨୪ ତାରିଖରେ ବ୍ରହ୍ମପୁର ଆରଡିସି ସମ୍ମୁଖରେ ବିଜେଡ଼ି ବିକ୍ଷୋଭ କରିବ। ଏହାସହିତ ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ପ୍ରତିବାଦ କରିବା ବୋଲି ବିଜେଡ଼ି ନିଷ୍ପତ୍ତି ନେଇଛି। ଏହି ପ୍ରତିବାଦରେ ଯୁବ, ଛାତ୍ର ଏବଂ ମହିଳା ବିଜୁ ଜନତା ଦଳ ସାମିଲ ହେବେ। ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସାଢେ ୩ ବର୍ଷରେ ୭୦ ପ୍ରତିଶତ ଦର ବୃଦ୍ଧି ହୋଇଥିବାର ଅଭିଯୋଗ କରି ମୂଲ୍ୟ ହ୍ରାସ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିଜୁ ଛାତ୍ର ଜନତା ଦଳ ସଭାପତି କହିଛନ୍ତି।

Related posts