ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ହେଲା ପୁରୀ-ପାଟନା ବିଶେଷ ଟ୍ରେନ ସେବା

Published: Nov 22, 2021, 6:08 pm IST

ଭୁବନେଶ୍ବର: ରେଳ ଯାତ୍ରୀ ମାନଙ୍କର ଦାବି ଓ ଚାହିଦାକୁ ଦୃଷ୍ଟିରେ ରଖି ୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ବିଶେଷ ଟ୍ରେନ ସେବାକୁ ଡିସେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

ପୁରୀ ଠାରୁ ପ୍ରତି ଶନିବାର ଅପରାହ୍ନ ୨ଘ.୫୫ମି. ରେ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସ୍ପେଶାଲ୍ ଡିସେମ୍ବର ୨୫ ତାରିଖ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଫେରିବା ମାର୍ଗରେ, ପାଟଣା ଠାରୁ ପ୍ରତି ରବିବାର ଅପରାହ୍ନ ୧ଘ.୪୫ମି.ରେ ଛାଡୁଥିବା ୦୮୪୪୦ ପାଟନା-ପୁରୀ ସ୍ପେଶାଲ୍ ଡିସେମ୍ବର ୨୬ ତାରିଖ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

Related posts