ବାଣପୁରଠାରେ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ବିଶାଳ ପଦଯାତ୍ରା

Published: Nov 24, 2021, 7:18 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଏକ ବିଶାଳ ପଦଯାତ୍ରା କରାଯାଇଛି। ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକର ପାଖାପାଖି ୫୦୦ ଜଣ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାନେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ଏକ ବିରାଟ ପଦଯାତ୍ରା ଆରମ୍ଭ କରିଥିଲେ।

ଉକ୍ତ ପଦଯାତ୍ରାଟି ବାଣପୁର ସହର ପରିକ୍ରମା କରି ଶେଷରେ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ପରିଶେଷରେ ସଂଗଠନର କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାର ଦଫା ସମ୍ବଳିତ ଦାବିପତ୍ର ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ହସ୍ତାନ୍ତର କରିଥିଲେ।

ଉକ୍ତ ଦାବିପତ୍ରରେ ଅଙ୍ଗନବାଡି କର୍ମୀ ଓ ସହକର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା, ଅବସରକାଳୀନ ସହାୟତା ରାଶି ପ୍ରଦାନ, ଗ୍ରୀଷ୍ମ ଅବକାଶ ଲାଗୁ କରିବା, ରନ୍ଧନ ଗ୍ୟାସ ଚୁଲା ଓ ସିଲିଣ୍ଡର ପ୍ରଦାନ ଭଳି ବିଭିନ୍ନ ଦାବି ବିଷୟରେ ଉଲ୍ଲେଖ ଅଛି।

ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ବାଣପୁର ବ୍ଲକ ସଭାନେତ୍ରୀ ରାଜଲକ୍ଷ୍ମୀ ଦାସ, ସମ୍ପାଦିକା ଉର୍ବଶୀ ପ୍ରଧାନ, ଉପ ସଭାନେତ୍ରୀ ଶିବାନୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

Related posts