Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ବାତ୍ୟା ଜୱାଦ ପ୍ରଭାବ: ଚିନ୍ତାରେ ଚାଷୀ, ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ଲାଗି ନିବେଦନ
ଆଜିର ଖବର

ଚିଲିକାରେ ବାତ୍ୟା ଜୱାଦ ପ୍ରଭାବ: ଚିନ୍ତାରେ ଚାଷୀ, ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ଲାଗି ନିବେଦନ

December 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ବାତ୍ୟା ଜୱାଦ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଚାଷୀ ଚିନ୍ତା ଓ ଭୟଭିତ ଅବସ୍ଥାରେ ଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଆଖିରୁ ନିଦ ହଜିଗଲାଣି। ଚିଲିକାରେ ଏହି ବାତ୍ୟା ଜୱାଦ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି। ଶହ ଶହ ଏକର କ୍ଷେତରେ ଧାନ ପାଚି ଅମଳ ହେବା ଅବସ୍ଥାରେ ଥିବା ବେଳେ ବର୍ତ୍ତମାନ ବର୍ଷା ଯୋଗୁଁ ଧାନ ଫସଲରେ ପାଣି ମାଡିଯାଇଛି। ଯାହାଫଳରେ ଚାଷୀର ବର୍ଷ ଯାକର ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଛି।

ଏହାର ପୂର୍ବ ବର୍ଷାରେ ଅନେକ ଜମିରେ ପାଣି ମାଡି ଯିବାରୁ ଚାଷୀଙ୍କ ଧାନ ଗଜା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ଉକ୍ତ ବର୍ଷା ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ପାଲଟିଛି। ଏପରିକି କିଛି ଚାଷୀ ଧାନ କାଟି ତରବରିଆ ଭାବେ ଜମି ହୁଡାରେ ପକେଇଦେଇଛନ୍ତି। ମାତ୍ର ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଅମଳ ଧାନରୁ ଗଜା ବାହାରିବା ନେଇ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି।

ବର୍ତ୍ତମାନ ଚାଷୀର ଏହି ସମସ୍ୟାକୁ ନେଇ ରାଜ୍ୟ ସରକାର ବାତ୍ୟା ଜନିତ କ୍ଷୟକ୍ଷତି କେବେ ଆକଳନ କରୁଛନ୍ତି ଏବଂ ନଷ୍ଟ ହୋଇଥିବା ଚାଷର ଭରଣ ପୋଷଣ କେବେ ପ୍ରଦାନ କରୁଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଚାଷୀକୂଳ।

ରାଜ୍ୟରେ ବାରମ୍ବାର ପ୍ରାକୃତିକ ଦୁର୍ବିପାକ ଯେଉଁ ଭଳି ଗ୍ରାସ କରିଛି ବାସ୍ତବରେ ତାହା ସାଧାରଣ ଲୋକଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଇଛି। ଛୋଟବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କୁ ଅମେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ଅନୁରୂପ ଭାବେ ଚିଲିକା ଅଞ୍ଚଳର ମତ୍ସ୍ୟଜୀବୀ ଏବଂ ମାଛ ବ୍ୟବସାୟୀମାନେ ବାତ୍ୟା ଜୱାଦ କୋପରୁ ବର୍ତ୍ତିପାରିନାହାନ୍ତି।

ପାଣିପାଗ ବିଭାଗର ସତର୍କ ସୂଚନା ପରେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଥିଲେ। ଏଥି ସହିତ ମତ୍ସ୍ୟଜୀବୀ ମାନଙ୍କ ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଚିଲିକା ଏକ ଉପକୂଳବର୍ତ୍ତି ଅଞ୍ଚଳ ହୋଇଥିବାରୁ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଯାହାକି ଅଧିକାଂଶ ଲୋକ ମତ୍ସ୍ୟଜିବୀ ହେତୁ ପରିବାର ପ୍ରତିପୋଷଣ ପାଇଁ ଚିଲିକା ଉପରେ ନିର୍ଭର କରନ୍ତି। ମାତ୍ର ପ୍ରଶାସନର ତାଗିଦ ଯୋଗୁଁ ଚିଲିକା ଭିତରକୁ ମାଛ ଧରାଳି କିମ୍ବା ଯାତ୍ରୀବାହି ଡ଼ଙ୍ଗା ନେବାପାଇଁ ବାରଣ କରାଯାଇଥିଲା।

ତେଣୁ ଚିଲିକାରୁ ମାଛ ସଂଗ୍ରହ ଯେଉଁ ପରିମାଣରେ ହବା କଥା ତାହା ହୋଇପାରିଲା ନାହିଁ। ଖାସ କରି ଛୁଟି ଦିନ ମାନଙ୍କରେ ମାଛ ଗୋଦାମ ଗୁଡିକ ଗ୍ରାହକଙ୍କ ଗହଳିରେ ଫାଟି ପଡୁଥିଲେ ମଧ୍ୟ ବାତ୍ୟା ଯୋଗୁଁ ଖାଁ ଖାଁ ପଡିଥିବାର ପରିଲକ୍ଷିତ ହୋଇଛି। ଯାହାଫଳରେ ମାଛ ଧରାଳିଙ୍କ ରୋଜଗାର ଉପରେ ବିଶେଷ ପ୍ରଭାବ ପଡିଛି। ସରକାର ଏଥିପ୍ରତି ଏକ ସକାରାତ୍ମକ ଦୃଷ୍ଟି ଦେବାପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ମତ୍ସ୍ୟଜୀବୀ ସଂଘ ଅନୁରୋଧ କରିଛନ୍ତି।

ଚିନ୍ତାରେ ଚାଷୀ ଚିଲିକା ବାତ୍ୟା ଜୱାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.