ଦିଲ୍ଲୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଦ୍ରୁତ ଗତିରେ ବଢୁଛି ଓମିକ୍ରୋନ, ଗୋଟିଏ ଦିନରେ ୧୨୨ ଆକ୍ରାନ୍ତ ଚିହ୍ନଟ

Published: Dec 24, 2021, 4:02 pm IST

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଓମିକ୍ରୋନର ବିପଦ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଓମିକ୍ରନର 122 ଟି ନୂଆ ମାମଲା ରିପୋର୍ଟ ହେବା ପରେ ଦେଶରେ ଏହି ଭାରିଆଣ୍ଟର ମାମଲା 358 କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ 114 ଜଣ ଲୋକ ସଂକ୍ରମଣମୁକ୍ତ ହୋଇଯାଇଛନ୍ତି। 17 ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ମାମଲା ରିପୋର୍ଟ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ମହାରାଷ୍ଟ୍ରରେ ସର୍ବାଧିକ 88 ଟି ମାମଲା ରହିଛି, ଦିଲ୍ଲୀ 67, ତେଲେଙ୍ଗାନା 38, ତାମିଲନାଡୁ 34, କର୍ଣ୍ଣାଟକ 31 ଏବଂ ଗୁଜୁରାଟରେ 30 ଟି ମାମଲା ରହିଛି।

ମନ୍ତ୍ରଣାଳୟ ଦ୍ଵାରା ସକାଳ ଆଠଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ ଭାରତରେ କୋଭିଡ -19 ର 6,650 ଟି ନୂଆ ମାମଲା ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା 3,47,72,626 କୁ ବୃଦ୍ଧି ପାଇଛି। ଏଥିସହ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 77,516 କୁ ଖସି ଆସିଛି। 374 ଅଧିକ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 4,79,133 କୁ ବୃଦ୍ଧି ପାଇଛି।

Related posts