୨୦୧୪ ଭଳି ଭୋଟ୍‌ ଦେବାକୁ ପାଟନାର ଭୋଟରଙ୍କୁ ଅପିଲ୍‌ କଲେ ମୋଦି

Published: Apr 21, 2019, 6:45 pm IST

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ପାଟନାରେ ଏକ ରାଲିରେ ପ୍ରଚାର କରି ୨୦୧୪ ଭଳି ୨୦୧୯ରେ ପୁଣି ୨୬ ଆସନରୁ ୨୬ଟି ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ୍ କରିଛନ୍ତି। ନିଜ ମାଟିର ପୁଅ ଯେତେବେଳେ ପ୍ରଧାନମନ୍ତ୍ରୀ ରହିଛି ସେତେବେଳେ ଅନ୍ୟ କାହା ପାଇଁ ଭୋଟ ଦେବା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଗୁଜରାଟରୁ ଯଦି ଗୋଟିଏ ଆସନ ବି କମିଯିବ ତାହେଲେ ତାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ। ଏମିତିକି ଅନ୍ୟ ରାଜ୍ୟରୁ ବିଜେପିକୁ ସମର୍ଥନ ମିଳୁଥିବା ବେଳେ ଯଦି ଗୁଜରାଟରୁ ୨୦୧୪ ପରି ସମର୍ଥନ ନମିଳିବ, ତାହେଲେ ତାଙ୍କୁ ଆତ୍ମସନ୍ତୋଷ ମିଳିବ ନାହିଁ ବୋଲି କହିଥିଲେ ମୋଦି। ତେଣୁ ୨୦୧୪ ଭଳି ଚଳିତଥର ମଧ୍ୟ ୨୬ରୁ ୨୬ ସାଂସଦ ଆସନରେ ତାଙ୍କ ପାଇଁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ମୋଦି। ଏପ୍ରିଲ ୨୩ରେ ଦେଶରେ ମୋଟ ୧୧୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଏଥିମଧ୍ୟରୁ ଗୁଜରାଟର ୩ ଲୋକସଭା ଆସନ ରହିଥିବା ବେଳେ ଗୋଟିଏ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ।

Related posts