ଭୁବନେଶ୍ବର: ଦୁଇଜଣ ଅଧ୍ୟାପକଙ୍କ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ, ଛାତ୍ରଙ୍କ ରାସ୍ତାରୋକ

Published: Jan 4, 2022, 11:02 pm IST

ଭୁବନେଶ୍ବର:  ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ନିକଟ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀମାନେ କଲେଜ ଫାଟକ ତାଲା ପକାଇ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। କଲେଜର ଦୁଇଜଣ ଅଧ୍ୟାପକ ଛାତ୍ରୀମାନଙ୍କୁ ରାତିରେ ଫୋନ କରି ଅଶ୍ଳିଳ କଥାବାର୍ତ୍ତା କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ଏପରି ଏହି ଦୁଇ ଶିକ୍ଷକ କ୍ଲାସରେ ପାଠପଢ଼ାଇବା ସମୟରେ ସମ୍ବେଦନଶୀଳ ସ୍ଥାନରେ ହାତ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ମୁଖପାତ୍ର ବିଶ୍ଵ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏହାର ପ୍ରତିବାଦ ସ୍ବରୂପ ଟାୟାର ଜାଳିବା, କଲେଜ ଫାଟକ ତାଲା ପକାଇବା, ରାସ୍ତାରୋକ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଛାତ୍ରଙ୍କ ଦାବୀ ମୁତାବିକ ସେହି ଦୁଇ ଅଧ୍ୟାପକ ଭୁଲ ମାଗିଥିଲେ। ପରବର୍ତ୍ତୀ ସମୟରେ ଏହିପରି କରିବେନି ବୋଲି ସ୍ୱୀକାର କରିଥିଲେ। ଏହାପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ହଟିଥିଲେ।

Related posts