ଫୋବର୍ସ ତାଲିକାରେ ସ୍ଥାନ ପଇଲେ ଦୁଇ ଓଡ଼ିଆ

Published: Jan 19, 2022, 8:03 pm IST

ଭୁବନେଶ୍ୱର: ବିଶ୍ୱର ସୁପରିଚିତ ତଥା ପ୍ରସିଦ୍ଧ ମାଗାଜିନ ଫୋବର୍ସ ତାର ୧୦୦ ଜଣିଆ ଶ୍ରେଷ୍ଠ ପିପୁଲସ୍ ମ୍ୟାନେଜର ତାଲିକା ପ୍ରକାଶିତ କରିଛି। ଏହା ଭିତରେ ଓଡ଼ିଶାର ଦୁଇଜଣ ଗୋବିନ୍ଦ ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ପଟ୍ଟନାୟକ ସ୍ଥାନ ପାଇଛନ୍ତି।

ଦେଶର ୨୮ଟି ରାଜ୍ୟ ତଥା ଓଡ଼ିଶାର ସମସ୍ତ ବ୍ଲକରେ ସାଧାରଣ ମହିଳା ଓ ଜନତାଙ୍କ ଆର୍ଥିକ ସ୍ଥିତି ସୁଧାରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ପଟ୍ଟନାୟକ ଓ ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ସିଧାସଳଖ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବରେ ଲକ୍ଷ ଲକ୍ଷ ମହିଳା ସଂଗଠନର ସଦସ୍ୟମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିଛି।

ବିଶ୍ୱର ପ୍ରସିଦ୍ଧ ମାଗାଜିନ୍ ଫୋବର୍ସ ତାଲିକାରେ ଏହି ଦୁଇ ଓଡ଼ିଆଙ୍କ ନାମ ସ୍ଥାନିତ ହୋଇଥିବାରୁ ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ମତପ୍ରକାଶ ପାଇଛି।

Related posts