Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: କରୋନା ମହାମାରୀ ସମୟରେ ଗାଁ କୁ ଫେରିଲା ଚାଟଶାଳୀ ପାଠ
ଆଜିର ଖବର

ବାଣପୁର: କରୋନା ମହାମାରୀ ସମୟରେ ଗାଁ କୁ ଫେରିଲା ଚାଟଶାଳୀ ପାଠ

February 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବିଶ୍ୱକୁ ଅନେକ ଦୁଃଖ ଦେଇଥିବାବେଳେ ଅନ୍ୟ ପକ୍ଷରେ ପୁରୁଣା ସ୍ମୃତିକୁ ମଧ୍ୟ ମନ ପକାଇଦେଇଛି। ଏହି ସମୟରେ ମନୁଷ୍ୟ ଜୀବନର ମୂଲ୍ୟ ବୁଝିଛି।  ସାଙ୍ଗ ସମ୍ପର୍କୀୟଙ୍କ ଗୁରୁତ୍ୱ ବୁଝିଛି। ପାରିବାରିକ ସମ୍ପର୍କ ଆହୁରି ନିବିଡ଼ ହୋଇଛି।

ତେବେ ଏହା ଭିତରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପିଲା ବେଳର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି। ତାହା ହେଲା ଚାଟଶାଳୀ ପାଠ। ଯେଉଁ ଚାଟଶାଳୀ ପାଠ କାହିଁ କେଉଁ କାଳରୁ ବନ୍ଦ ହୋଇଯାଇଛି, ଏବେ ପୁଣି ତାହା ଆରମ୍ଭ ହୋଇଛି। କରୋନା ଲାଗି ଦୀର୍ଘ ଦୁଇ ବର୍ଷ ହେଲା ବିଦ୍ୟାଳୟ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ବିଶେଷ କରି ପ୍ରଥମେରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବେଶୀ ପ୍ରଭାବିତ ହୋଇଛନ୍ତି।

ପୂର୍ବରୁ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଜାରି ରହିଥିବା ସତ୍ତ୍ୱେ ଏହା ଶତ ପ୍ରତିଶତ ସଫଳ ହୋଇପାରିନାହିଁ। କାରଣ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନାଇଁ କି ସମସ୍ତେ ଡାଟା ପ୍ୟାକ ପକାଇବାକୁ ସମର୍ଥ ନୁହନ୍ତି। ସେହିପରି ଏକାଧିକ ଗ୍ରାମୀଣ ଅଞ୍ଚଳରେ ନେଟୱାର୍କ ସମସ୍ୟା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସବୁ ବ୍ଲକରେ ଆରମ୍ଭ ହୋଇଯାଇଛି ଚାଟଶାଳୀ ପାଠ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକର ପ୍ରତ୍ୟକ ଗ୍ରାମକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦେବେ।

ତେବେ ଏହି ଯୋଜନାର କାର୍ଯ୍ୟକାରିତା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ। ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଚାଟଶାଳୀ ପାଠ ପଢ଼ାଉଛନ୍ତି।  କିଏ ଗ୍ରାମର କୋଠାଘରେ ହେଉ ଅବା ମହିଳା ସମିତି ଗୃହ ବାରଣ୍ଡାରେ କିମ୍ବା ଗ୍ରାମର ଖୋଲା ସ୍ଥାନରେ ହେଉ ଆରମ୍ଭ କରିଦେଇଛନ୍ତି ପାଠ ପଢା। ପିଲାମାନେ ମଧ୍ୟ ଖୁସିରେ ପାଠ ପଢ଼ୁଥିବାର ଦେଖାଯାଇଛି। ଅଭିଭାବକମାନେ ସରକାରଙ୍କ ଉକ୍ତ ପଦକ୍ଷେପ କୁ ପ୍ରଶଂସା କରିଛନ୍ତି।

କୌଣସି ଛାତ୍ର ଛାତ୍ରୀ ଯେପରି ପ୍ରାଥମିକ ଶିକ୍ଷାଦାନରୁ ବଞ୍ଚିତ ନହୁଅନ୍ତି ତାହାକୁ ଦେଖିବା ଏବଂ ସେଥିନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଆମର କର୍ତ୍ତବ୍ୟ ବୋଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜାଲି କହିଛନ୍ତି। ତେବେ ବିଦ୍ୟାଳୟ ପୂର୍ଣ୍ଣମାତ୍ରାରେ ନଖୋଲିବା ପର୍ଯ୍ୟନ୍ତ ଏହିପରି ଚାଟଶାଳୀ ଶିକ୍ଷାଦାନ ଜାରି ରହିବ। ଅନୁରୂପ ଭାବେ ଅଦ୍ୟାବଧି ବାଣପୁର ବ୍ଲକର ଛାତ୍ରଛାତ୍ରୀଙ୍କୁ ଅନଲାଇନ ଓ ୟୁଟୁବ ମାଧ୍ୟମରେ ମଧ୍ୟ ପାଠପଢା ଜାରିରହିଛି। ତେବେ ଯାହା ହେଉନା କାହିଁକି, ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇପଡିଥିବା ଆଜିର ପିଢ଼ି ପୁଣି ଚାଟଶାଳୀ ପାଠ ମାଧ୍ୟମରେ ନିଜସ୍ୱ ସଂସ୍କୃତିକୁ ଆପଣଉଥିବାର ଦେଖାଯାଇଛି।

କରୋନା ମହାମାରୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Latest News

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.