Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାଇତ୍ୱ ନେବା ପରେ ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ
ଆଜିର ଖବର

ଦାଇତ୍ୱ ନେବା ପରେ ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

February 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନୂତନ ଏସପି ଭାବେ ଅଲେଖ ଚନ୍ଦ୍ର ପହି ଦାଇତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ବାଣପୁର ଏବଂ ବାଲୁଗାଁ ଥାନା ପରିଦର୍ଶନ କରିଥିଲେ। ଉଭୟ ଥାନା ଗସ୍ତ କରି ଶ୍ରୀ ପହି ଅଞ୍ଚଳର ଆଇନ ଶୃଙ୍ଖଳା ଏବଂ ଥାନାର ସମସ୍ତ ପ୍ରକାର ବନ୍ଦୋବସ୍ତର ତଦାରଖ କରିଥିଲେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ବେଳେ ତାହାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବାର ଏସପି ଆମ ଚିଲିକା ପ୍ରତିନିଧିଙ୍କୁ କହିଥିଲେ। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ଥାନାରେ ଅତିରିକ୍ତ ଗାଡ଼ି ପ୍ରଦାନ କରାଯିବ, ଯାହାଦ୍ୱାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ପେଟ୍ରୋଲିଂକୁ ଆହୁରି ବ୍ୟାପକ କରାଯିବ।

ତେବେ ନିର୍ବାଚନ ପୂର୍ବରୁ ଚିଲିକା ଅଞ୍ଚଳରେ ବିଶୃଙ୍ଖଳା ଅବା ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ବହୁ ବ୍ୟକ୍ତିଙ୍କୁ ଆଗୁଆ ଚି଼ହ୍ନଟ କରାଯାଇଛି ଏବଂ ସେମାନଙ୍କୁ ୧୦୭  ଓ ୧୧୦ ରେ ନୋଟିସ ଦିଆଯାଇଥିବାର ଏସପି କହିଛନ୍ତି।

ଅନୁରୂପଭାବେ ଉଭୟ ବାଣପୁର ଏବଂ ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ସମୟରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଏସପି ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଅଦ୍ୟାବଧି ନିର୍ବାଚନ ପରିଚାଳନା ଉପରେ ଏସପି ସନ୍ତୋଷ ପ୍ରକାଶ କରିବା ସହ ଚିଲିକାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମାପନ ହେବ ବୋଲି ଅଶା କରିଛନ୍ତି।

ପରିଶେଷରେ ନୂତନ ଏସପି ମା’ ଭଗବତୀ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇ ଖୋର୍ଦ୍ଧା ଫେରିଯାଇଥିଲେ।

ଖୋର୍ଦ୍ଧା ଏସପି ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Latest News

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.