ପ୍ରମିଳା ମଲ୍ଲିକଙ୍କ ଉପରେ ଲାଗିଲା ପ୍ରତିବନ୍ଧକ: ପ୍ରଚାର କରିପାରିବେ ନାହିଁ ବିଞ୍ଝାରପୁର ବିଧାୟିକା

Published: Feb 13, 2022, 8:17 pm IST

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଧାୟିକାଙ୍କୁ ୪୮ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଲଗାଯାଇଛି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଯୋଗୁଁ ବିଧାୟିକାଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୨୭ ନମ୍ବର ଜୋନରେ ପ୍ରଚାର କରିବା ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଚାପ ପକାଉଥିବାର ଅଭିଯୋଗ ହୋଇଥିଲା। ଭୋଟ ନଦେଲେ କିଛି ସରକାରୀ ସୁବିଧା ମିଳିବ ନାହିଁ ବୋଲି ପ୍ରମିଳା କହୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପରେ ବିଞ୍ଝାରପୁର ଅଞ୍ଚଳରେ ତାଙ୍କୁ ଘୋର ବିରୋଧ କରାଯାଇଥିଲା। ତେଣୁ ଏହି ଘଟଣା ସାମନାକୁ ଆସିବା ପରେ ଯାଜପୁର ଜିଲ୍ଲାପାଳ ତାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ଯାଜପୁର ଜିଲ୍ଲାପାଳ ନୋଟିସ କରିଥିଲେ।

Related posts