Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ ତମ ଜନ୍ମ ଜୟନ୍ତୀ ପାଳିତ
ଆଜିର ଖବର

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ ତମ ଜନ୍ମ ଜୟନ୍ତୀ ପାଳିତ

February 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍‌-୯ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପାଳିତ ହୋଇଥିଲା ।

ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କୁ ସ୍ୱର୍ଗତ ଲୁଲୁ ବାବୁଙ୍କ ଜୀବନୀ, ବ୍ୟକ୍ତିତ୍ୱ ଓ ଆଦର୍ଶକୁ ଆଜିର ଯୁବ ସମାଜ ଅନୁକରଣ କରିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଥିଲେ । ଦିବା ୧୦ ଘଟିକା ସମୟରେ ମନ୍ଦିର ପ୍ରାଙ୍ଗଣରେ ୨୦୦ ଛାତ୍ରଛାତ୍ରୀଙ୍କୁ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଫଳ ବଂଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଶ୍ରୀନିବାସ ରାଉତରାୟ, ଆଲୋକ ମହାନ୍ତି, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ଘନଶ୍ୟାମ ମହାନ୍ତି, ମନୋଜ ସାହୁ, କୀର୍ତନାନନ୍ଦ ଦାସ, ସୁଦୀପ ସାମଲ, ହିମାଂଶୁ ଲେଙ୍କା, ପ୍ରଦୀପ ନାୟକ, ସରୋଜ ପରିଡ଼ା, ମନତୋଷ ମହାପାତ୍ର, ନିରଞ୍ଜନ ରାଉତ, ଦେବଦତା ଜେନା, ବିଂରଚି ପ୍ରଧାନ, ସୁବଳ ନାୟକ, ମଙ୍ଗୁଳି ଶତପଥି, ସରୋଜ ରାୟ, ତୋଫାନ ସ୍ୱାଇଁ, ଅକ୍ଷୟ ଦାସ, ରମାକାନ୍ତ ପରିଡା, ଗଗନ ସ୍ୱାଇଁ, ଦିଲ୍ଳୀପ ସ୍ୱାଇଁ, ଦେବାଶିଷ ଭୂୟାଁ, ମଂଟୁ ମଲ୍ଲିକ, ଜୟକୃଷ୍ଣ ସୁବଦ୍ଧି, ଖଗେଶ୍ୱର ମଲ୍ଲିକ, ପ୍ରମୁଖ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମତି କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ ।

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା..

April 29, 2026

ସୋଆରେ ସାଇବର ସୁରକ୍ଷା ନେଇ ଦୁଇଦିନିଆ ଜାତୀୟ ସମ୍ମିଳନୀ

April 29, 2026
Latest News

ଆଜି ଏପ୍ରିଲ ୩୦ ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 30, 2026

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା..

April 29, 2026

ସୋଆରେ ସାଇବର ସୁରକ୍ଷା ନେଇ ଦୁଇଦିନିଆ ଜାତୀୟ ସମ୍ମିଳନୀ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.