Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି: ନିର୍ବାଚନ ପରେ କାଠଗଡ଼ାରେ ଛିଡାହେବେ ସରକାରୀ ଅଧିକାରୀ
ଆଜିର ଖବର

ଚିଲିକାରେ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି: ନିର୍ବାଚନ ପରେ କାଠଗଡ଼ାରେ ଛିଡାହେବେ ସରକାରୀ ଅଧିକାରୀ

February 16, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ଆଜି ପ୍ରଥମ ଚରଣ ପଞ୍ଚାୟତ ନିର୍ବାଚନର ମତଦାନ ଶେଷ ହୋଇଯାଇଛି। ଆସନ୍ତା ୧୮ ଏବଂ ୨୦ ତାରିଖରେ ଦ୍ଵିତୀୟ ଏବଂ ତୃତୀୟ ଚରଣ ପାଇଁ ମତ ଦାନ ହେବ। ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକରେ ଦ୍ଵିତୀୟ ଚରଣରେ ମତଦାନ ହେବାକୁ ଥିବାବେଳେ ଚିଲିକା ବ୍ଲକରେ ତୃତୀୟ ଚରଣରେ ମତଦାନ ହେବ।

ତେବେ ଆଜି ବାଣପୁରରେ ବିଜେପି ପକ୍ଷରୁ ଏଥି ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଶ୍ରୀ ହରିଚନ୍ଦନ ଉକ୍ତ ସମ୍ମିଳନୀ ଦ୍ୱାରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ବିଜେଡି ଶାସନରେ ପଞ୍ଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱସ୍ତ ହୋଇଛି। ଓଡ଼ିଶାକୁ ବ୍ୟାପକ କେନ୍ଦ୍ରୀୟ ସହାୟତା ଆସୁଛି ଏବଂ ପ୍ରତି ପଞ୍ଚାୟତରେ ବାର୍ଷିକ ୭୦-୮୦ ଲକ୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁଦାନ ମିଳୁଥିବାବେଳେ ବିଜେଡିର ନେତା ମାନେ ଏହାକୁ ହରିଲୁଟ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ଛଅ ମାସ ହେଲା ୮ ଲକ୍ଷ ୧୭ ହଜାର ଘର ଅନୁମୋଦନ ହେଇଥିବା ବେଳେ ତାହାକୁ ବିଜେଡି ସରକାର କାର୍ଯ୍ୟକାରୀ କରୁନି। ସେହିପରି ଭାବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଯୋଜନାକୁ ଦଳୀୟ ଆଧାରରେ ବଣ୍ଟନ କରାଯାଉଛି। ଆଗାମୀ ଦିନରେ ରାସନ କାର୍ଡ ଏବଂ ଆବାସ ଯୋଜନାରେ ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଘେରିବ ବିଜେପି।  ପଲ୍ଲୀସଭାକୁ ରାଜ୍ୟ ସରକାରୀ ବନ୍ଦ କରିଦେଇଛନ୍ତି, ଯାହାଦ୍ୱାରା ଗୋଟେ ୱାର୍ଡ ମେମ୍ବର ଦୀର୍ଘ ୫ ବର୍ଷ ମଧ୍ୟରେ ତାହାର କାମ ଜାଣିପାରୁନାହିଁ।

ବିଗତଦିନରେ ଆବାସ ଯୋଜନା ସର୍ଭେରେ ଚିଲିକା ଆସି କେନ୍ଦ୍ରୀୟ ଟିମ ଦେଖିବାକୁ ପାଇଥିଲେ ଯେ ବାଣପୁର ବ୍ଲକର ପାଞ୍ଚ ଗୋଟି ଏବଂ ଚିଲିକା ବ୍ଲକର ଚାରି ଗୋଟି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଛି। ଗୋଟେ ଘର ପାଇଁ ହଜାର ହଜାର ଟଙ୍କା ଲାଞ୍ଚ ନିଆଯାଇଛି।

ଅନୁରୂପ ଭାବେ ବିଜେଡି ଶାସିତ ପଞ୍ଚାୟତରେ ପାଇଖାନା ଦୁର୍ନୀତି ମଧ୍ୟ ବ୍ୟାପକ ଭାବେ ହୋଇଛି। ହରିଲୁଟ କରିବା ବିଜେଡିର ଅଭ୍ୟାସ। କୋଭିଡ ଯୋଗୁଁ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପକ୍ଷରୁ ଓଡ଼ିଶା ପାଇଁ ୮ ହଜାର ୮ ଶହ କୋଟି ତାଙ୍କ ନରେଗାରେ ଆସିଛି। କିନ୍ତୁ ସେଥିରୁ ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବାଟମାରଣା ହୋଇଛି।

ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ବିଧାୟକ କେବଳ ଫଳକ ପାଖରେ ନଡ଼ିଆ ବାଡେ଼ଇ ଶୁଭ ଦେଉଛନ୍ତି। କିନ୍ତୁ କାମ କିଛି ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି ଯେଉଁଥିରେ ବିଜେଡିର ସାଂସଦ, ବିଧାୟକ, ବ୍ଲକ ଅଧ୍ୟକ୍ଷ ଆଦି ସିଧାସଳଖ ଭାବେ ସାମିଲ ଅଛନ୍ତି।

ଚିଲିକା ନିର୍ବାଚନମଣ୍ଡଳିରେ ସ୍ଥାନୀୟ ବିଧାୟକ ଗୁଣ୍ଡାରାଜ ଚଳାଇଥିବାର ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ଚିଲିକା ପରି ଏକ ଶାନ୍ତିପ୍ରିୟ ନିର୍ବାଚନମଣ୍ଡଳୀରେ ଭୟର ବାତାବାରଣ ସୃଷ୍ଟି କରୁଛନ୍ତି ବିଧାୟକ, ଯାହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ଚେତାବନୀ ଦେଇ କହିଛି ଆଗାମୀ ଦିନରେ ଗୁଣ୍ଡାରାଜର ମୁଳୋତ୍ପାଟନ ହେବ। ଭୟମୁକ୍ତ ବାତାବରଣ ସୃଷ୍ଟି କରାଯିବ। ବର୍ତ୍ତମାନ ସ୍ଥିତି ମୁତାବକ ବିଜେପି ଚିଲିକା ଏବଂ ବାଣପୁର ବ୍ଲକର ୩୪ ଟି ପଞ୍ଚାୟତରୁ ୩୦ ଗୋଟି ପଞ୍ଚାୟତ ଅକ୍ତିଆର କରିବା ସହ ଦୁଇଟି ବ୍ଲକ ଅଧ୍ୟକ୍ଷ ଏବଂ ସମସ୍ତ ୬ ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ଲାଭ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ପଞ୍ଚାୟତ ନିର୍ବାଚନପରେ ବାଣପୁର ଓ ଚିଲିକା ବ୍ଲକର କେନ୍ଦ୍ରୀୟ ଟିମ ରିପୋର୍ଟ ମୁତାବକ ଅଧିକ ଦୁର୍ନୀତି ହୋଇଥିବା ୯ ଗୋଟି ପଞ୍ଚାୟତରେ ବିଜେପି ସିଏଜିଙ୍କ ନିକଟରେ ବିଶେଷ ଅଡିଟ କରାଇବ ଏବଂ ଉକ୍ତ ଦୁର୍ନୀତିରେ ସାମିଲ ଥିବା ସରପଞ୍ଚ, ପିଇଓ, ଜେଇ ଏପରିକି ବିଡ଼ିଓଙ୍କୁ ମଧ୍ୟ କାଠଗଡା଼ରେ ଠିଆ କରାଇବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ବିଜେପି ଚିଲିକାରେ ଶାସନକୁ ଆସିବାପରେ ଉଭୟ ପଞ୍ଚାୟତ ଏବଂ ବ୍ଲକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ।

ଆଗମି ଦିନରେ ପଲ୍ଲୀସଭା ପରି ଜନସହାଭାଗିତାରେ କାର୍ଯ୍ୟ ଆରମ୍ଭ ହେବ। ଭତ୍ତା ଓ ରାସନ ସାମଗ୍ରୀ ଗ୍ରାମକୁ ଗ୍ରାମ ବୁଲି ବାଣ୍ଟିବେ ସରପଞ୍ଚ। କେହି ବି ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ହଇରାଣ ହେବେନାହିଁ। ଭ୍ରଷ୍ଟାଚାରକୁ ଖତମ କରାଯିବ। ବ୍ଲକ ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସୁସଂଗଠିତ, ଭ୍ରଷ୍ଟାଚାର ମୁକ୍ତ ଏବଂ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ତିଆରି କରିବ ବିଜେପି।  ଶାସନ ଲୋକଙ୍କ ପାଖକୁ ଯିବ। କେନ୍ଦ୍ରୀୟ ଅର୍ଥ ଯେପରି ବାଟମାରଣା ନହେବ ସେ ଦିଗରେ ବିଜେପି କାମ କରିବ। ବିଜେପି ଜିତିଲେ କେନ୍ଦ୍ରୀୟ ଯୋଜନାଗୁଡିକର ଶତ ପ୍ରତିଶତ ବିନିଯୋଗ କରାଯିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକା ପଞ୍ଚାୟତ ନିର୍ବାଚନ ବିଜେଡି ବିଜେପି ସରକାରୀ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.