Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରୀରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ
ଆଜିର ଖବର

ବରୀରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ

April 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଥିଲେ। ନିଜ ଭାଷଣରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ ରାଜନାଥ। ଭାଷଣ ଆରମ୍ଭରୁ ବିଜେଡି ସରକାରକୁ ସମାଲୋଚନା କରିବା ସହିତ ୨୦ ବର୍ଷରେ ରାଜ୍ୟର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସେହିପରି ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବାକୁ ମଧ୍ୟ ସମାଲୋଚନା କରିଥିଲେ ରାଜନାଥ। ଏହା ସହିତ ୨୦ ବର୍ଷ ବିଜେଡିକୁ ସୁଯୋଗ ଦେଇଥିବା ଜନସାଧାରଣ ୫ ବର୍ଷ ବିଜେପିକୁ ସୁଯୋଗ ଦେବା ଉଚିତ୍‌ ବୋଲି ରାଜନାଥ କହିଥିଲେ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ପ୍ରଶଂସା କରି କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ ରାଜନାଥ। ସେ କହିଥିଲେ, ୧୯୯୭ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଅମଳରେ ମାତ୍ର ୧୨ କୋଟି ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ବେଳେ କେବଳ ବିଗତ ଚାରି ବର୍ଷରେ ୧୩ କୋଟି ଗ୍ୟାସ୍‌ ସଞ୍ଜୋଗ ପ୍ରଦାନ କରାଯାଇଛି। ଏହା ସହିତ କହିଥିଲେ ୨୦୨୨ ସୁଦ୍ଧା ଏମିତି କୌଣସି ଘର ନଥିବ ଯେଉଁଥିରେ ପକ୍କା ଘର ନଥିବ କିମ୍ବା ଗ୍ୟାସ୍‌ ସଞ୍ଜୋଗ ନଥିବ। ସେହିପରି କେନ୍ଦ୍ର ସରକାର ଦୈନିକ ୩୦ରୁ ୩୨ କିମି ଜାତୀୟ ରାଜପଥ ନିର୍ମାଣ କରୁଛନ୍ତି ବୋଲି ରାଜନାଥ କହିଥିଲେ। ସରକାର ପୁନର୍ବାର କ୍ଷମତାକୁ ଆସିଲେ କିଷାନ କ୍ରେଡିଟ କାର୍ଡରେ ୫ ବର୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଦିଆଯିବ ବୋଲି କହିବା ସହିତ ଭୋଟ ଅପିଲ୍‌ କରିଥିଲେ ରାଜନାଥ।

jajpur Odisha rajanathsingh rally thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ୧୧ ମୃତ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

September 1, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026

ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି

September 1, 2026
Latest News

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ୧୧ ମୃତ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

September 1, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଅପରିହାର୍ଯ୍ୟ ନହେଲେ ସୁନା କିଣନ୍ତୁ ନାହିଁ, ବିଦେଶ ଭ୍ରମଣରୁ ଦୂରେଇ ରୁହନ୍ତୁ: ପ୍ରଧାନମନ୍ତ୍ରୀ

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026

ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.