Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନାଥ ଝିଅର ହେଲା ବାହାଘର: ଉଦାହରଣ ପାଲଟିଲେ ଗୋଧିଢିପ ଗ୍ରାମବାସୀ
ଆଜିର ଖବର

ଅନାଥ ଝିଅର ହେଲା ବାହାଘର: ଉଦାହରଣ ପାଲଟିଲେ ଗୋଧିଢିପ ଗ୍ରାମବାସୀ

March 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଯାହାର ବାପା, ମାଆ ନାହିଁ ତ କେହି ନାହିଁ। ବାପା, ମାଆ ସବୁବେଳେ ଚାହିଁ ଥାନ୍ତି ପୁଅ ଝିଅର ମଙ୍ଗଳ କାମନା। ହେଲେ ବାପା, ମାଆ ଆରପାରିକି ଚାଲି ଗଲା ପରେ ଅନାଥ ପୁଅ ଝିଅ ଦୁର୍ଦ୍ଦିନରେ ଦିନ କାଟନ୍ତି। ଏପରିକି ହୋଟେଲରେ କାମ କରି ନିଜର ଜୀବିକା ନିର୍ବାହ କରନ୍ତି।

ଏମିତି ଜଣେ ଅନାଥ ଝିଅକୁ ବାହାଘର କରି ଉଦାହରଣ ପାଲଟିଛନ୍ତି ନାକଟିଦେଉଳ ବ୍ଲକ୍ ର ଗୋଧିଢିପ ଗ୍ରାମବାସୀ। ଝିଅ ବାହାଘରରେ ଯାହା ଆବଶ୍ୟକ ଗ୍ରାମ ବାସୀ ମିଳିମିଶି ନିଜେ ବ୍ୟକ୍ତିଗତ ଭାବରେ ଉପହାର ଦେଇ ବାହାଘର କରି ଶାଶୂଘରକୁ ପଠାଇଛନ୍ତି ଝିଅଟିକୁ। ଯାହାକି ଏବେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ଯୁବକ ସଂଘର କର୍ମକର୍ତା ତଥା ଗ୍ରାମବାସୀ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସରାପାଲି ପଂଚାୟତ ଗୋଧିଢିପ ଗ୍ରାମର ଅନାଥ ଝିଅ ଝୁନୁ ସାହୁ (୨୨)। ବାପା ୩ ବର୍ଷ ଆଗରୁ ମୃତ୍ୟୁବରଣ କରିଥିବା ବେଳେ ବଂଚିତ ମାଆ ମଞୁଲତା ସାହୁ ମାନସିକ ଅବସ୍ଥା ଠିକ୍ ରହୁ ନ ଥିବାରୁ ଝିଅଟି ଘୋର ଅସୁବିଧାରେ କାଳତିପାତ କରୁଥିଲା।

ଏପରିକି ନାକଟିଦେଉଳରେ ଏକ ହୋଟେଲ ରେ କାମ କରୁଥିଲା। ଗୋଧିଢିପ୍ ଠାରେ ଥିବା ମହାଲକ୍ଷ୍ମୀ ଯୁବକ ସଂଘର କର୍ମକର୍ତ୍ତା ତଥା ଗ୍ରାମବାସୀ ଝିଅକୁ ବାହାଘର କରାଇବାର ବନ୍ଦୋବସ୍ତ କରିଥିଲେ ବୌଦ୍ଧ ଜିଲ୍ଲା ଚମ୍ପାମାଳ ଗ୍ରାମର ଅଜୁ ସାହୁଙ୍କ ସହ। ଆଜି ଗୋଧିଢିପ ଗ୍ରାମବାସୀ ବୌଦ୍ଧ ନିକଟସ୍ଥ ଏକ ମନ୍ଦିରରେ ଝିଅର ବାହାଘର ହିନ୍ଦୁ ଧର୍ମ ରୀତିନିତି ହିସାବରେ କରାଇଛନ୍ତି। ଝିଅଟିର କାକା ପୁରନ୍ଦର ସାହୁ କନ୍ୟାଦାନ କରିବା ସହ କନ୍ୟା ତଥା ବର କୁ ନେଇ ବର ଘରେ ସମର୍ପି ଥିଲେ।

ଗୋଧିଢିପ ଗ୍ରାମରେ ଥିବା ମହାଲକ୍ଷ୍ମୀ ଯୁବକ ସଂଘର ସ୍ୱେଚ୍ଛାସେବୀ ତଥା ଗ୍ରାମବାସୀ ମିଳିତ ସହଯୋଗରେ ଝିଅ ବାହାଘରରେ ଯାହା ଆବଶ୍ୟକ ଜିନିଷ ଉପହାର ସ୍ୱରୁପ ପ୍ରଧାନ କରି ଏକ ଉଦାହରଣ ପାଲଟିଛନ୍ତିା। ପୁର୍ବରୁ ଅନାଥ ଝିଅର ବାପାଙ୍କର ମୃତ୍ୟୁ ସମୟରେ ମହାଲକ୍ଷ୍ମୀ ଯୁବ ସଂଘର କର୍ମକର୍ତା ସୁଧିକ୍ରିୟାକର୍ମ କରିଥିଲେ। ଯୁବକ ସଂଘର ହଳଧର ସାହୁ, ନୀଳାମ୍ବର ସାହୁ, ନାରାୟଣ ସାହୁ, ଶ୍ରୀପତି ସାହୁ, ସୁକାନ୍ତ ସାହୁ, ବାବୁଲି ପଣ୍ଡା, ଅରୁଣ ସାହୁ, କୁଲୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026
Latest News

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.