Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ
ଆଜିର ଖବର

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ

March 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ।

ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ।

ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

ହୋଲି ହୋଲିକା ଦହନ
Share. Facebook Twitter LinkedIn Email WhatsApp Copy Link

Related Posts

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026

ବନ ବିଭାଗର ୬୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରି ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

October 18, 2026

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026
Latest News

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.