Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଆଇବି ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ
ଆଜିର ଖବର

ପିଆଇବି ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

March 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଏକ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପିଆଇବି ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କେଁଥୋଲା କହିଥିଲେ ଯେ, ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ କେଁଥୋଲା ଆହୁରି କହିଥିଲେ ଯେ, ମହାମାରୀ କାରଣରୁ ପରିସ୍ଥିତିରେ ଏବେ ବ୍ୟାପକ ପରିବର୍ତ୍ତନ ଆସିଛି। ‘‘ସ୍ମାର୍ଟ ଫୋନ୍‌ ଜରିଆରେ ଅନଲାଇନ୍‌ ବା ଡିଜିଟାଲ ମିଡିଆ ଆକାରରେ ସାମ୍ବାଦିକତାର ଏକ ନୂଆ ଧାରା ଏବେ ପ୍ରଚଳନ ହେଉଛି, ପ୍ରତ୍ୟେକ ସାମ୍ବାଦିକ ଏହା ସହିତ ନିଜକୁ ଖାପଖୁଆଇବାର ଆବଶ୍ୟକତା ରହିଛି। ନୂଆ ଗଣମାଧ୍ୟମ କ୍ଷେତ୍ରରେ ସାମ୍ବାଦିକମାନଙ୍କର କୌଶଳ ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏହି କର୍ମଶାଳରେ ପୁରୀର ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆ ଅଂଶଗ୍ରହଣ କରି ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଲୋକମାନଙ୍କ ଭଳି ସାମ୍ବାଦିକମାନେ ମଧ୍ୟ ବାତ୍ୟା, ମହାମାରୀ ଦ୍ବାରା ପ୍ରଭାବିତ ହୋଇଥାନ୍ତି। ସେମାନଙ୍କର ସମସ୍ୟା ବୁଝିବା ସହିତ କଲ୍ୟାଣ ଦିଗରେ କାମ କରିବା ଲାଗି ବର୍ତ୍ତମାନ ସମୟ ଆସିଛି ବୋଲି ଶ୍ରୀ ବସ୍ତିଆ ପରାମର୍ଶ ଦେଇଥିଲେ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ ସାମ୍ବାଦିକତା କେବଳ ଏକ ପେଶା ନୁହେଁ ବରଂ ଏକ କୌଶଳ। ବାର୍ତ୍ତାଳାପ ଭଳି କର୍ମଶାଳା ଆୟୋଜନ କରାଯିବା ଦ୍ବାରା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ମତ ବିନିମୟ ପାଇଁ ମଞ୍ଚ ଉପଲବ୍ଧ ହୋଇପାରିବ। ଆମ ଭିତରେ ଆଲୋଚନା ଏବଂ ବିଚାର ଆଦାନପ୍ରଦାନ ହେଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ବୈଷୟିକ ଅଧିବେଶନରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଥିଲେ ଯେ ଆଧୁନିକ ସମୟର ସାମ୍ବାଦିକତାରେ ଅନେକଗୁଡ଼ିଏ ସମସ୍ୟା ଏବଂ ଆହ୍ବାନ ରହିଛି। କୌଣସି ସଂସ୍ଥା କିମ୍ବା ସଂଗଠନ ପାଇଁ ନୁହେଁ ବରଂ ଲୋକମାନଙ୍କ ପାଇଁ କାମ କରିବାର ଭାବନା ଜଣେ ସାମ୍ବାଦିକର ମନରେ ସୃଷ୍ଟି ହେବା ଉଚିତ୍‌। ସାମ୍ବାଦିକ ସବୁବେଳେ ଲୋକମାନଙ୍କୁ ସୂଚନା ଦେବା, ସଚେତନତା ସୃଷ୍ଟି କରିବା ଏବଂ ମନୋରଞ୍ଜନ ଯୋଗାଇ ଦେବାର ଭୂମିକା ନିର୍ବାହ କରିବା ଉଚିତ୍‌ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ, ସନ୍ଦୀପ ସାହୁ, ନୈତିକ ସାମ୍ବାଦିକତା ଏବଂ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ବ୍ୟବସାୟୀକରଣ, ବ୍ୟକ୍ତିବିଶେଷ, ସଂଗଠନ ଏବଂ ସମସ୍ତଙ୍କ ଠାରୁ ଆଗରେ ରହିବାର ପ୍ରତିଯୋଗିତା କାରଣରୁ ସାମ୍ବାଦିକତା କ୍ଷେତ୍ରରେ ନୈତିକତା ପ୍ରଭାବିତ ହେଉଛି। କୌଣସି ବିଷୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପୂର୍ବରୁ ଜଣେ ପ୍ରକୃତ ସାମ୍ବାଦିକ ସବୁବେଳେ ସଠିକ ମାର୍ଗରେ ରହିବା ଉଚିତ୍‌ ଏବଂ ତଥ୍ୟର ପୂଙ୍ଖାନୁପୁଙ୍ଖ ସମୀକ୍ଷା କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ।

ପିଆଇବି ଉପନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥଲେ। ପିଆଇବିର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧକାରୀ ପ୍ରଦୀପ କୁମାର ଚୌଧୁରୀ କର୍ମଶାଳାକୁ ପରିଚାଳନା କରିଥିଲେ।

ଏହାପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାମ୍ବାଦିକମାନଙ୍କ ସହିତ ଏକ ମତ ବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା। ବାର୍ତ୍ତାଳାପ ସମ୍ପର୍କରେ ସେମାନଙ୍କ ଠାରୁ ସବିଶେଷ ମତାମତ ଏବଂ ଆବଶ୍ୟକ ପରାମର୍ଶ ଗ୍ରହଣ କରାଯାଇଥଲା। ଏହି ଗଣମାଧ୍ୟମ କର୍ମଶାଳାରେ ପୁରୀରୁ ପାଖାପାଖି ୮୦ ଜଣ ସାମ୍ବାଦିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

‘‘ବାର୍ତ୍ତାଳାପ’’ ଗଣମାଧ୍ୟମ କର୍ମଶାଳା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026
Latest News

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.