Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳବୈଶାଖୀ ବର୍ଷାରେ ବୁଡ଼ିଲା ବାଣପୁର ଏନଏସି, ପ୍ରହସନ ପାଲଟିଛି ଡ୍ରେନେଜ ନିର୍ମାଣ
ଆଜିର ଖବର

କାଳବୈଶାଖୀ ବର୍ଷାରେ ବୁଡ଼ିଲା ବାଣପୁର ଏନଏସି, ପ୍ରହସନ ପାଲଟିଛି ଡ୍ରେନେଜ ନିର୍ମାଣ

April 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଅସରାଏ ବର୍ଷାରେ ଉବୁଟୁବୁ ସହର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସଂନ୍ଧ୍ୟାରେ ସାମାନ୍ୟ କାଳବୈଶାଖୀ ବର୍ଷା ଫଳରେ ସହରର ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି। ମେଡିକାଲ ଛକ, ପୁରୁଣା ଏନଏସି ଅଫିସ ସମ୍ମୁଖ, ପାଣ୍ଡିରୀପଦର ଛକ, ଚିଆଁକସାହି ଛକ ଆଦି ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି।

ତେବେ ଏ ସମସ୍ୟା ଆଜିର ନୁହେଁ ଦୀର୍ଘ ବର୍ଷର। ବାଣପୁର ଏନଏସିରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଦୟନୀୟ ସ୍ଥିତି ବର୍ଷତମାମ ଲାଗିରହୁଛି। କିନ୍ତୁ ବିଭାଗୀୟ ଅଧିକାରୀ ନିଦ୍ରାରେ। ପୂର୍ତ୍ତବିଭାଗ, ଏନଏସି ପ୍ରଶାସନ ଏବଂ ତହସିଲ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ସହରରେ।

ଏନଏସି ସ୍ଥାପନ ଦିନଠାରୁ ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ, ଯାହାଦ୍ୱାରା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଦାବି ପରେ ପାଣ୍ଡିରୀପଦର ଛକରେ ଗତବର୍ଷ ପୂର୍ତ୍ତବିଭାଗ ପକ୍ଷରୁ ବର୍ଷା ଜଳ ନିଷ୍କାସନ ନିମନ୍ତେ ଲକ୍ଷାଧିକ ଅର୍ଥ ବ୍ୟୟରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ତାହାକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ନିର୍ମାଣ ହେବାର କେଇ ମାସ ମଧ୍ୟରେ ପୋତି ସାରିଲେଣି, କିନ୍ତୁ ଏଥିରେ ପୂର୍ତ୍ତବିଭାଗ ଚୁପ।

ସେହିପରି ଭାବେ ଦୀର୍ଘ ଛଅ ମାସ ହେଲାଣି ଗାଲୁଆ ଛକରେ ଜଳ ନିଷ୍କାସନ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣଧୀନ ଡ୍ରେନେଜ କାମ ଶେଷ ହେଉନାହିଁ। ଫଳରେ ମୁକୁଳା ଡ୍ରେନେଜ ଲାଗି ସ୍ଥାନୀୟ ବାସିନ୍ଦା ଏବଂ ଜନସାଧାରଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ଉଠିଛି। ଗ୍ରୀଷ୍ମ ଦିନ ସାମାନ୍ୟ କାଳବୈଶାଖୀ ବର୍ଷାରେ ଯଦି ସହରର ଏପରି ଅବସ୍ଥା, ତେବେ ବର୍ଷା ଦିନରେ ଉକ୍ତ ସମସ୍ୟା କି ରୁପ ନେବ ତାହା ସହଜରେ ଅନୁମେୟ।

ବର୍ତ୍ତମାନ ଏନଏସି ନୂଆ ଅଧ୍ୟକ୍ଷ ପାଇଛି। ଜନସାଧାରଣ ମାନେ ଆଶା କରିଛନ୍ତି ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଖୁବଶୀଘ୍ର ଉକ୍ତ ସମସ୍ୟାକୁ ସମାଧାନ କରିବେ। ନଚେତ ବେଳ ଥାଉ ଥାଉ ଯଦି ବେଣୀ ନ ବନ୍ଧା ଯାଏ, ତେବେ ଭବିଷ୍ୟତରେ ବାଣପୁର ସହର ବାସି ଜଳବନ୍ଦୀ ହୋଇ ରହିବେ ଏଥିରେ କୌଣସି ଦ୍ବିମତ ନାହିଁ।

କାଳବୈଶାଖୀ ବର୍ଷା ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026
Latest News

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.