ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ଉପରେ ଦୁର୍ନୀତି ଅଭିଯୋଗ: କ୍ୟାବିନେଟରୁ ହଟାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Published: May 24, 2022, 1:47 pm IST

ଚଣ୍ଡିଗଡ: ଭ୍ରଷ୍ଟାଚାର ପ୍ରତି ଦୃଢ ମନୋଭାବ ଦେଖାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏକ ବଡ ପଦକ୍ଷେପ ନେଇଛନ୍ତି। ଦୁର୍ନୀତି ଅଭିଯୋଗରେ ଭଗବତ ମନ ତାଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ କ୍ୟାବିନେଟରୁ ହଟାଇ ଦେଇଛନ୍ତି। ଖବର ଅନୁଯାୟୀ, ଚୁକ୍ତିନାମା ପ୍ରଦାନ କରିବା ସମୟରେ ବିଜୟ ସିଙ୍ଗଲା ଏକ ପ୍ରତିଶତ କମିଶନ ଦାବି କରିଥିଲେ। ଦୃଢ ପ୍ରମାଣ ପାଇବା ପରେ ବିଜୟ ସିଙ୍ଗଲାଙ୍କୁ ଭଗବନ୍ତ ମନ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି।

ବିଜୟ ସିଙ୍ଗଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭଗବନ୍ତ ମନ କହିଛନ୍ତି ଯେ, ଏକ ଦୁର୍ନୀତି ମାମଲା ମୋ ନଜରକୁ ଆସିଲା। ଏହି ମାମଲାରେ ମୋ ସରକାରର ମନ୍ତ୍ରୀ ଏଥିରେ ସାମିଲ ହୋଇଥିଲେ। ମୋ ସରକାରର ମନ୍ତ୍ରୀ ଗୋଟିଏ ଚୁକ୍ତି ପାଇଁ ଏକ ପ୍ରତିଶତ କମିଶନ ମାଗିଥିଲେ। କେବଳ ଏହି ମାମଲା ବିଷୟରେ ମୁଁ ହିଁ ଜାଣିଥିଲି। ଏହି ମାମଲାକୁ ଚାପି ଦିଆଯାଇପାରିଥାନ୍ତା। କିନ୍ତୁ ଏହା କରିବା ପ୍ରତାରଣା ହେବ। ସେଥିପାଇଁ ମୁଁ ସେହି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ବିଜୟ ସିଙ୍ଗଲା ନିଜର ଅପରାଧ ସ୍ୱୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୟ ସିଙ୍ଗଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଦୁର୍ନୀତି କରିଛନ୍ତି। ବିଜୟ ସିଙ୍ଗଲା ନିଜର ଅପରାଧ ସ୍ୱୀକାର କରିଛନ୍ତି। ମୁଁ ଆପଣଙ୍କୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ଆମ୍ ଆଦମୀ ପାର୍ଟି ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ରକ୍ଷା କରିବ। ସ୍ୱାଧୀନତା ପରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟ କରାଯାଇଛି। ଦୁର୍ନୀତି ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲ ୨୦୧୫ ରେ ତାଙ୍କ ମନ୍ତ୍ରୀଙ୍କୁ ହଟାଇ ଦେଇଥିଲେ।

Related posts