
ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ସାରା ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରି ନାହିଁ। ହେଲେ ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ବେଶ ସକ୍ରିୟ ରହିଛି। ଫଳରେ ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ଏହି ପ୍ରାକ-ମୌସୁମୀ ବର୍ଷା।
ଏହା ଦ୍ବାରା ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଯାହାର ପରିମାଣ ୭ ରୁ ୧୧ ସେମି ମଧ୍ୟରେ ରହିବ। ସେହିପରି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଯାହା ୧୧ ରୁ ୨୦ ସେମି ହେବାର ସମ୍ଭାବନା ରହିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ହେବ।