Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କୁ କଡ଼ା ଜବାବ ଦେଲେ ଅରବିନ୍ଦ କେଜ୍‌ରୀଓ୍ବାଲ
ଆଜିର ଖବର

ମୋଦିଙ୍କୁ କଡ଼ା ଜବାବ ଦେଲେ ଅରବିନ୍ଦ କେଜ୍‌ରୀଓ୍ବାଲ

May 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
delhi cm criticised modi
delhi cm criticised modi

ଦିଲ୍ଲୀରେ ମତଦାନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିର୍ବାଚନୀ ସମର ଆରମ୍ଭ ହୋଇଯାଇଛି । ବୁଧବାର ଦିନ ଏକ ରାଲିକୁ ସମ୍ବୋଧନ କରି ପିଏମ୍‌ ମୋଦି କେଜ୍‌ରୀଓ୍ବାଲ ସରକାରଙ୍କୁ ଘେରିଥିଲେ । ମୋଦି ଏଠାରେ କେଜ୍‌ରୀଓ୍ବାଲା ସରକାରଙ୍କ ଅରାଜକତା ତଥା ନିପାଣିଆ ଓ ବିଶ୍ବାସଘାତକତା କରିଥିବାର କହିଥିଲେ । ତେବେ ଏହାର ଜବାବ୍‌ ରଖିଛନ୍ତି ଅରବିନ୍ଦ କେଜ୍‌ରୀଓ୍ବାଲା । ଅରବିନ୍ଦ କେଜ୍‌ରୀଓ୍ବାଲ ଏକ ଟୁଇଟ୍‌ ଜରିଆରେ ମୋଦିଙ୍କ ଉପରେ ପାଲ୍‌ଟା ଆକ୍ରମଣ କରିଛନ୍ତି । ମୋଦିଙ୍କୁ ଜବାବ ଦେବା ସହିତ କେଜ୍‌ରୀଓ୍ବାଲ ମୋଦି ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି ଯେ, ଆପ୍‌ ସରକାର ୫ ବର୍ଷରେ ଶିକ୍ଷା, ବିଜୁଳି, ପାଣି, ସ୍ବାସ୍ଥ୍ୟ ପାଇଁ କାମ କରିଛି କିନ୍ତୁ ମୋଦି ୫ ବର୍ଷରେ କେବଳେ ଭାଷଣ, ବିଦେଶ ଭ୍ରମଣ ଓ ଜୁମ୍‌ଲାବାଜି କରିଛନ୍ତି ? ଦିଲ୍ଲୀବାସୀ ଆପଣଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି, ଯାହାର ଉତ୍ତର ମଧ୍ୟ ମୋଦିଙ୍କ ପାଖରେ ନାହିଁ ବୋଲି କହିଛନ୍ତି ଅରବିନ୍ଦ । ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ଫୌଜ୍‌ ଓ ମିଛ ରାଷ୍ଟ୍ରବାଦକୁ ନେଇ ଭୋଟ୍‌ ମାଗିଛନ୍ତି ।  ସେହିପରି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଦିଆ ମୋଦିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ସାର୍‌ ! ଆପଣଙ୍କ ଜୁମଲାପନ୍ଥୀ ମଡେଲ୍‌ ଠାରୁ ବହୁତ ଭଲ ହେଉଛି ଆମର ନିପାଣିଆ ମଡେଲ୍‌ । ପାଞ୍ଚ ବର୍ଷର ସରକାର ଗଢିବା ପରେ ବି ନେହେରୁଙ୍କୁ ଗାଳି ଦେଇ ଭୋଟ୍‌ ମାଗୁଛନ୍ତି । ଆପଣଙ୍କ ଭାରତୀୟ ଜୁମ୍‌ଲା ପାର୍ଟି ସରକାର ଗଢିଥିବା ରାଜ୍ୟରେ ଦିଲ୍ଲୀଠାରେ ଥିବା ସରକାରୀ ସ୍କୁଲ ପରି କୌଣସି ଗୋଟିଏ ବି ସ୍କୁଲ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ମନୀଷ୍‌ । ପ୍ରଧାନମନ୍ତ୍ରୀ ରାଲିରେ ଆପ୍‌ ସହିତ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ଏହି ଅବସରରେ ଗାନ୍ଧି ପରିବାରର ଯୁଦ୍ଧପୋତ ଆଇଏନଏସ୍‌ ବିରାଟର ଉପଯୋଗ ବ୍ୟକ୍ତିଗତ ରୂପେ ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026

ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

January 15, 2026

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

January 15, 2026

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026
Latest News

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026

ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

January 15, 2026

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

January 15, 2026

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.