Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାପି ମଦର୍ସ ଡେ’ ଭିନ୍ନ ଢଙ୍ଗରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ପାଳିତ ହେଲା ଏହି ଦିବସ
ଆଜିର ଖବର

ହାପି ମଦର୍ସ ଡେ’ ଭିନ୍ନ ଢଙ୍ଗରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ପାଳିତ ହେଲା ଏହି ଦିବସ

May 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ହେଉଛି ମଦର୍ସ ଡେ’ ବା ମାତୃ ଦିବସ । ମଇ ୧୨ ତାରିଖ ଦିନ ବିଶ୍ବ ମାତୃ ଦିବସ ପାଳନ କରାଯାଇଥାଏ । ତେବେ କେତେକ ଦେଶରେ ଏହାକୁ ଅଲଗା ଅଲଗା ଦିନରେ ମଧ୍ୟ ପାଳନ କରାଯାଏ । ଏମିତିରେ ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ହେଉଛି ମାତୃ ଦିବସ । ମା’ ହେଉଛି ଏକ ପବିତ୍ର ଓ ମଧୁର ଶବ୍ଦ । ଏହି ଶବ୍ଦରେ ଲୁଚି ରହିଛି ମମତା ଓ ସହନଶୀଳତା । ମା’ର ପଣତକାନି ସାରା ଦୁନିଆର ଦୁଃଖ ପାଇଁ ନିଅଣ୍ଟ । ସେ ହେଉଛି ସର୍ବଂସହା, ସେ ସ୍ରଷ୍ଟା ଓ ପୁଣି ସେ ସୃଷ୍ଟି । ସମଗ୍ର ସଂସାର ତା’ ଭିତରେ ବିଦ୍ୟମାନ । ତେବେ ଚଳିତ ବର୍ଷ ମାତୃ ଦିବସ ୨୦୧୯ର ଏକ ଥିମ୍ ରଖାଯାଇଛି । ଏହି ଥିମ୍‌ ହେଉଛି ବାଲାନ୍ସ ଫର୍‌ ବେଟର୍‌ ଅର୍ଥାତ୍‌ ବିଶ୍ବରେ ଲିଙ୍ଗ ସନ୍ତୁଳନ ରକ୍ଷା କରିବା । ଏହା ସାହାଯ୍ୟରେ ସମଗ୍ର ବିଶ୍ୱବାସୀଙ୍କୁ ଲିଙ୍ଗ ସନ୍ତୁଳନ ରକ୍ଷା କରିବାର ବାର୍ତ୍ତା ପ୍ରେରଣ କରାଯାଇଛି । ତେବେ ମାତୃ ଦିବସର ଆରମ୍ଭ ଆମେରିକାରୁ ହୋଇଥିଲା । ୱର୍ଜିନିଆରେ ଏନା ଜାର୍ବିସ୍ ନାମକ ଜଣେ ମହିଳା ଏହାର ଆରମ୍ଭ କରିଥିଲେ । ଏନା ନିଜ ମାକୁ ଖୁବ୍ ଭଲ ପାଉଥିଲେ । ଅବିବାହିତ ଏନା ତାଙ୍କ ମାଙ୍କ ନିଧନ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଖାସ୍ ଦିନର ଆରମ୍ଭ କରିଥିଲେ । ତେବେ ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନର ଆରମ୍ଭ ଓ ଶେଷ ହୁଏ ସେଇ ମା’ ପାଖରେ । ଯିଏ ନଅ ମାସ ପର୍ଯ୍ୟନ୍ତ ପେଟରେ ରଖି ଆମକୁ ଏ ଦୁନିଆର ଆଲୋକ ଦେଖାଇଛି ପୁଣି ସାରା ଦୁନିଆର ଦୁଃଖ କଷ୍ଟଠାରୁ ଦୂରେଇ ରଖି ଆମକୁ ବଡ଼ କରିଛି । ଆଜିର ପବିତ୍ର ମାତୃ ଦିବସ ଅବସରରେ ଦୁନିଆର ସବୁ ମା’ମାନଙ୍କୁ ଆମର କୋଟି କୋଟି ପ୍ରଣାମ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏସ୍‌ବିଆଇରୁ ୭୭ ଲକ୍ଷ ଟଙ୍କା ଆତ୍ମସାତ୍: ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ

November 5, 2025

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025
BJP Ads
Latest News

ବାଲୁଗାଁ ଏସ୍‌ବିଆଇରୁ ୭୭ ଲକ୍ଷ ଟଙ୍କା ଆତ୍ମସାତ୍: ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ

November 5, 2025

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.