Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଆଜିର ଖବର

ବାଣପୁର ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

July 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଉଚ୍ଚତମ ନ୍ୟାୟାଳୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ସବ ଜେଲରୁ ମୁକୁଳିଛନ୍ତି ବିଧାୟକ। ସବ ଜେଲ ନିକଟରେ ଶ୍ରୀ ଜଗଦ୍ଦେବଙ୍କ ବହୁ ସମର୍ଥକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ବାଣପୁର କୋର୍ଟରେ ଓକିଲ ମାନଙ୍କ ଧର୍ମଘଟ ଜାରି ରହିଥିବା ବେଳେ ବିଧାୟକଙ୍କୁ ପିଆର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି ବାଣପୁର ଜେଏମଏଫସି କୋର୍ଟ। କୋର୍ଟକାର୍ଯ୍ୟ ସ୍ୱାଭାବିକ ହେଲା ପରେ ବିଧାୟକଙ୍କୁ ପୁଣି ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ନେବାକୁ ପଡ଼ିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ସର୍ବସମ୍ମୁଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଉତ୍ୟକ୍ତ ଲୋକଙ୍କ ମାଡରେ ବିଧାୟକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ମେ ୨୦ ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ବିଧାୟକଙ୍କ ଓକିଲ। ଯାହାକି ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସର୍ତ୍ତ ଅନୁଯାୟୀ, ଚିଲିକା ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବା ଜରୁରୀ ଅଟେ। ଏହାସହିତ ସେ ୫ ଜଣରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ କୌଣସି ସଭାସମିତି ଅଥବା ରାଜନୈତିକ ରାଲି କରିପାରିବେ ନାହିଁ।

ଉଚ୍ଚତମ ନ୍ୟାୟାଳୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିପକ୍ଷରେ କାହିଁକି ସବୁଜ ଜର୍ସି ପିନ୍ଧିଲା ବେଙ୍ଗାଲୁରୁ ଦଳ?: ଜାଣନ୍ତୁ କାରଣ

April 18, 2026

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026

ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପରେ ଜଗନ ମୋହନଙ୍କ ଆସିଲା ପ୍ରତିକ୍ରିୟା: କହିଲେ…

April 18, 2026

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026
Latest News

ଦିଲ୍ଲୀ ବିପକ୍ଷରେ କାହିଁକି ସବୁଜ ଜର୍ସି ପିନ୍ଧିଲା ବେଙ୍ଗାଲୁରୁ ଦଳ?: ଜାଣନ୍ତୁ କାରଣ

April 18, 2026

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026

ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପରେ ଜଗନ ମୋହନଙ୍କ ଆସିଲା ପ୍ରତିକ୍ରିୟା: କହିଲେ…

April 18, 2026

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026

ଆଜି ରାତି ୮:୩୦ ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.