Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

July 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଭୁବନେଶ୍ୱରର ରେଲୱେ ଅଡିଟୋରିୟମରେ ପୂର୍ବତଟ ରେଳପଥ ପକ୍ଷରୁ ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଅଛି। ଏହି ଅବସରରେ ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରେଳ କର୍ମଚାରୀମାନଙ୍କୁ ଉଦବୋଧନ ଦେବା ସହିତ ଦକ୍ଷ କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଉପସ୍ଥିତ ରେଳ କର୍ମଚାରୀ, ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ମହାପ୍ରବନ୍ଧକ କର୍ମଚାରୀମାନଙ୍କୁ ସେମାନଙ୍କର ପ୍ରଗତିଶୀଳ ମନୋଭାବ ସହିତ ମୂଲ୍ୟବାନ ଅବଦାନ ଓ କାର୍ଯ୍ୟନିଷ୍ଠା ପାଇଁ ପ୍ରଶଂସା କରିଥିଲେ। କର୍ମଚାରୀ ମାନେ ଏହି ଉଦ୍ୟମ ଜାରି ରଖିବାକୁ ଏବଂ ଭାରତୀୟ ରେଳବାଇରେ ପୁନର୍ବାର ଶ୍ରେଷ୍ଠ କ୍ଷେତ୍ରୀୟ ରେଳପଥ ଭାବେ ବଜାୟ ରଖିବାକୁ ମହାପ୍ରବନ୍ଧକ ରେଳବାଇ କର୍ମଚାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ପ୍ରାୟ ୨୮୫ ରେଳ କର୍ମଚାରି ମାନଙ୍କୁ ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀବାସ୍ତବ ଅନ୍ୟତମ ଅତିଥି ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ଅନୁପମା ଶ୍ରୀବାସ୍ତବଙ୍କ ଉପସ୍ଥିତିରେ ପୁରସ୍କୃତ କରିଥିଲେ।

ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦକ୍ଷତା ପ୍ରଶଂସାପତ୍ର ଏବଂ ରେଳବାଇ ୟୁନିଟ ଗୁଡିକୁ ଶିଲ୍ଡ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ସାମଗ୍ରିକ ପ୍ରଦର୍ଶନ ପାଇଁ ୱାଲଟିୟର ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ଶିଲ୍ଡ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବଲାଙ୍ଗୀର ଷ୍ଟେସନକୁ ଶ୍ରେଷ୍ଠ ମେଜର କ୍ଲିନ୍ ଷ୍ଟେସନ୍ ଶିଲ୍ଡ ଏବଂ ହରିଚନ୍ଦନପୁର ଷ୍ଟେସନ୍କୁ ଶ୍ରେଷ୍ଠ ଛୋଟ କ୍ଲିନ୍ ଷ୍ଟେସନ୍ ଶିଲ୍ଡ ଦ୍ୱାରା ପୁରସ୍କୃତ କରାଯାଇଥିଲା।  ବିଭିନ୍ନ ଦଳଗତ ପୁରସ୍କାର ଏବଂ ବ୍ୟକ୍ତିଗତ ପୁରସ୍କାର ସହିତ ଦକ୍ଷ ଓ ନିଷ୍ଠାପର କର୍ମଚାରୀ ଏବଂ ବିଭାଗୀୟ ୟୁନିଟ୍ ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ୱାଲଟିୟର ରେଳମଣ୍ଡଳକୁ ଶ୍ରେଷ୍ଠ ଷ୍ଟୋରସ୍ ଡିପୋ, କୋଚିଂ ଡିପୋ, ବାଣିଜ୍ୟିକ, ଇଲେକ୍ଟ୍ରିକାଲ୍ ନନ୍ ଟ୍ରାକ୍ସନ୍ ଏନର୍ଜି ମ୍ୟାନେଜମେଣ୍ଟ, ଅପରେଟିଂ, ରାଜଭାଷା, ସୁରକ୍ଷା, ନିରାପତ୍ତା, କ୍ରୀଡ଼ା, ୱାଗନ୍ ମେଣ୍ଟେନାନ୍ସ ସିଲ୍ଡସ୍ ପ୍ରଦାନ କରାଯାଇଥିବାବେଳେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳକୁ ଶ୍ରେଷ୍ଠ ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଟ୍ରାକ୍ସନ୍, ଫାଇନାନ୍ସ,, ସିଗନାଲ୍ ଏବଂ ଟେଲିକମ୍ ସିଲ୍ଡସ୍ ପ୍ରଦାନ କରାଯାଇଥିଲା। ସେହିଭଳି ସମ୍ବଲପୁର ରେଳମଣ୍ଡଳକୁ ପରିବେଶ ଏବଂ ହାଉସ କିପିଙ୍ଗ ପରିଚାଳନା, ସର୍ଭେ ଏବଂ ନିର୍ମାଣ ଏବଂ ଆଇନ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପୁରସ୍କୃତ କରାଯାଇଅଛି। ଖୋର୍ଦ୍ଧା ରୋଡ୍ ଏବଂ ୱାଲଟିୟର ରେଳମଣ୍ଡଳକୁ ମିଳିତ ଭାବେ ମେକାନିକାଲ୍ ଏବଂ ସ୍କ୍ରାପ୍ ଡିସପୋଜାଲ୍ ଶିଲ୍ଡ ପ୍ରଦାନ କରାଯାଇଥିବାବେଳେ ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ରେଳମଣ୍ଡଳକୁ ମିଳିତ ଭାବେ କାର୍ମୀକ (ପର୍ଷନେଲ) ପର୍ସନାଲ ଶିଲ୍ଡ ପ୍ରଦାନ କରାଯାଇଥିଲା।

ଏହାପୂର୍ବରୁ ପୂର୍ବତଟ ରେଳପଥର ବରିଷ୍ଠ ଉପ ମହା ପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଦେଇ ରେଳବାଇ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଏବଂ ଦେଶ ଉନ୍ନତିରେ ରେଳବାଇ କର୍ମଚାରୀମାନଙ୍କ କାର୍ଯ୍ୟର ଗୁରୁତ୍ୱ ବିଷୟରେ କହିଥିଲେ। ଉପ ମହାପ୍ରବନ୍ଧକ ଅଶୋକା କୁମାର ମିଶ୍ର ଏହି ଉତ୍ସବକୁ ପରିଚାଳନା କରିବା ସହିତ ଅବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ପୂର୍ବତଟ ରେଳପଥ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026
Latest News

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.