Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଡ଼ ୪ ଓଡ଼ିଶା: ସୋଆରେ ରାଜ୍ୟର ସବୁଠାରୁ ବଡ଼ କୋଡ଼ିଙ୍ଗ ହାକାଥନ୍ ଆରମ୍ଭ
ଆଜିର ଖବର

କୋଡ଼ ୪ ଓଡ଼ିଶା: ସୋଆରେ ରାଜ୍ୟର ସବୁଠାରୁ ବଡ଼ କୋଡ଼ିଙ୍ଗ ହାକାଥନ୍ ଆରମ୍ଭ

August 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉତ୍ପାଦନ ଏବଂ ବିଭିନ୍ନ ସେବା କ୍ଷେତ୍ରରେ ପ୍ରାଥମିକ ସ୍ତରରୁ ଆର୍ଥିକ ବିକାଶକୁ ସୁଦୃଢ଼ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ନେଇ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ର ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବୃତ୍ତିଗତ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତିଗୁଡ଼ିକର ସୁଯୋଗ ନେବା ସହ ଚାକିରୀ ପଛରେ ନ ଧାଇଁ ନିଜେ ନିଜର ଷ୍ଟାର୍ଟ ଅପ୍ ଆରମ୍ଭ କରି ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ଦେବାର ସମୟ ଆସିଛି ବୋଲି ଶ୍ରୀ ଦେବ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଆରମ୍ଭ ହୋଇଥିବା ରାଜ୍ୟର ସବୁଠାରୁ ବଡ଼ କୋଡ଼ିଙ୍ଗ ହାକାଥନ୍ କୋଡ଼ ୪ ଓଡ଼ିଶାର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ଦେବ।

ଏଭଳି ହାକାଥନ୍ ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ଦେବା ସହ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ମଧ୍ୟ ସହାୟକ ହୋଇଥାଏ। ଇଲେକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଫାର୍ମାସୀ ଓ ଲାଇଟ୍ ଇଞ୍ଜିନିୟରିଂ ଭଳି ଷ୍ଟାର୍ଟ ଅପ୍ କ୍ଷେତ୍ରରେ ନିଯୁକ୍ତିର ଅଧିକ ସୁଯୋଗ ରହିଥାଏ ବୋଲି ଶ୍ରୀ ଦେବ କହିଛନ୍ତି।

ଏହି ୩୬ ଘଂଟିଆ ହାକାଥନ୍‌ ରେ ୨୦୦ ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ ଭଳି ପ୍ରସଙ୍ଗ ଏବଂ ଏହି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନର ବାଟ ଏହି ହାକାଥନ୍‌ରେ ବାହାର କରିବେ ପ୍ରତିଯୋଗୀ। ଛାତ୍ରଛାତ୍ରୀମାନଙ୍କୁ ନିଜର ଉନ୍ନତ ଚିନ୍ତାଧାରା ଦ୍ୱାରା ସମସ୍ୟାର ସମାଧାନର ବାଟ ଖୋଜିବା ନେଇ ଏହି ହାକାଥନ୍‌ରେ ପ୍ରୋତ୍ସାହନ ଦିଆଯିବ।

ଏହି ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଡକ୍ଟର ଓମ୍‌କାର ରାୟ ଯୋଗ ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ୨୦୧୬ରେ ଷ୍ଟାର୍ଟଅପ୍ ଓଡ଼ିଶା ଆରମ୍ଭ କରାଯାଇଥିଲା ଏବଂ ବର୍ତମାନ ରାଜ୍ୟରେ ୨୪ଟି ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ଏହି ହାକାଥନ୍ ପରିପ୍ରେକ୍ଷୀରେ ଶ୍ରୀ ରାୟ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ସେମାନେ ନିଜର ଅଭିନବ ଚିନ୍ତାଧାରାକୁ ବିନିଯୋଗ କରନ୍ତୁ ଯାହାଦ୍ୱାରା କି ଷ୍ଟାର୍ଟଅପ୍ ଓଡ଼ିଶା ମଧ୍ୟ ସେମାନଙ୍କୁ ଆର୍ଥିକ ସ୍ତରରେ ସହଯୋଗ କରିପାରିବ।

ଏହି ଅବସରରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଅଟଳ ଇକ୍ୟୁବେସନ୍ ସେଂଟର-ନାଳନ୍ଦା, ଓଡ଼ିଶାର ସିଇଓ ଦେବଜ୍ୟୋତି ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିବା ସହ ହାକାଥନଗୁଡ଼ିକ କିପରି ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ସ୍ତରରେ ନେତୃତ୍ୱ ନେବା, ନିଜକୁ ଉନ୍ନତ କରିବା ଏବଂ ଯୋଗାଯୋଗ କ୍ଷେତ୍ରରେ ସହାୟକ ହେଉଛି ସେ ନେଇ ତଥ୍ୟ ଉପସ୍ଥାପନା କରିଥିଲେ। ପ୍ରତିଯୋଗୀମାନେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏକ ଶୈକ୍ଷିକ ବାତାବରଣରେ ଅନେକ ସୁଯୋଗ ପାଇପାରିବେ ବୋଲି ପ୍ରଫେସର ଶର୍ମା କହିଥିଲେ।

ଆଗାମୀ ଦିନରେ ଏହି ହାକାଥନ ଭଳି ଅନେକ କାର୍ଯ୍ୟକ୍ରମ ସୋଆ ପକ୍ଷରୁ ଆୟୋଜନ କରାଯିବ। ସେହିପରି ରାଜ୍ୟରେ ଉପୁଜୁଥିବା ବୈଷୟିକ ତୃଟିଗୁଡ଼ିକର ସମାଧାନ କ୍ଷେତ୍ରରେ ସୋଆ ପକ୍ଷରୁ ସହାୟତା କରାଯିବ ବୋଲି ସେ କହିଥିଲେ।

ଶୁକ୍ରବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୦ ଦିନିଆ ଷ୍ଟାର୍ଟଅପ୍ ଯାତ୍ରା ୨.୦ର ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୋଆ ପକ୍ଷରୁ ମଧ୍ୟ କୋଡ୍ ୪ ଫର୍ ଓଡ଼ିଶା ହାକାଥନ୍ ମଧ୍ୟ ଆୟୋଜନ କରାଯାଇଥିବା ପ୍ରଫେସର ଶର୍ମା କହିଛନ୍ତି।

ପ୍ରତାପ କେଶରୀ ଦେବ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟିର ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ

August 31, 2026

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ରହିଲା ୭.୮%

August 31, 2026

ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ

August 31, 2026

ଖୋରଧା ବ୍ଲକରେ ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

August 31, 2026
Latest News

ଏସସିଓ ଶିଖର ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

August 31, 2026

୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟିର ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ

August 31, 2026

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ରହିଲା ୭.୮%

August 31, 2026

ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ

August 31, 2026

ଖୋରଧା ବ୍ଲକରେ ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.