Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣେଶ ତଥା ଅନ୍ୟାନ୍ୟ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ଦେବା ପାଇଁ ପ୍ରେରଣା ପକ୍ଷରୁ ଦାବି
ଆଜିର ଖବର

ଗଣେଶ ତଥା ଅନ୍ୟାନ୍ୟ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ଦେବା ପାଇଁ ପ୍ରେରଣା ପକ୍ଷରୁ ଦାବି

August 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଣେଶ ତଥା ଅନ୍ୟାନ୍ୟ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ଦେବା ପାଇଁ ପ୍ରେରଣା ପକ୍ଷରୁ ଦାବି

ଭୁବନେଶ୍ୱର : ଦେବଭୂମି ଭାରତବର୍ଷ ଓ ଉତ୍କୃଷ୍ଟ ସଂସ୍କୃତି ଓ କଳାର ରାଜ୍ୟ ଓଡ଼ିଶାରେ ବାରମାସରେ ତେରପର୍ବ ପାଳନ କରାଯାଏ । ବୈଦିକ ଯୁଗରୁ ଏହା ପ୍ରକୃତି ଯଥା ବାୟୁ, ଜଳ, ଅଗ୍ନି, ବୃକ୍ଷ ଆଦିକୁ ପୂଜା କରିବାର ପରମ୍ପରା ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପଥର ମୂର୍ତ୍ତି ଓ କାଠ ନିର୍ମିତ ମୂର୍ତ୍ତିମାନଙ୍କର ପୂଜା କରିବାର ପରମ୍ପରା ସୃଷ୍ଟି ହେଲା ।

କିନ୍ତୁ ସମୟକ୍ରମେ ମାଟିର ମୂର୍ତ୍ତିମାନଙ୍କୁ ପ୍ରାକୃତିକ ଓ ଜୈବିକ ରଙ୍ଗ ରଙ୍ଗ ଦେଇ ଏହା ନିର୍ମାଣ କରାଯାଉଥିଲା । କିନ୍ତୁ ସମୟକ୍ରମେ ମୂର୍ତ୍ତିଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ପରିବେଶକୁ ପ୍ରଦୂଷିତ କଲାଭଳି ରାସାୟନିକ ରଙ୍ଗ ଦେଇ ମାଟିର ମୂର୍ତ୍ତିମାନଙ୍କୁ ତିଆରି କରାଯାଇ ପୂଜା କରିବାର ପରମ୍ପରା ଆରମ୍ଭ ହେଲା ।

ବିଶେଷତଃ ବର୍ଷାଋତୁର ପ୍ରାରମ୍ଭରେ ଶ୍ରୀଗଣେଶଙ୍କ ପୂଜା ଠାରୁ ଏହି ପରମ୍ପରା ଆରମ୍ଭ ହୋଇ ମା’ ଦୁର୍ଗାଙ୍କ ପୂଜା ପର୍ଯ୍ୟନ୍ତ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ମାଟିରେ ତିଆରି କରାଯାଇ ଆକର୍ଷଣୀୟ କରିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ଅତିମାତ୍ରାରେ କରାଯାଉଛି । ଏହି ରାସାୟନିକ ରଙ୍ଗଗୁଡ଼ିକ ମଧ୍ୟରେ ଆର୍ସେନିକ, ପାରଦ, କ୍ରୋମିୟମ, କାଡ଼ମିୟମ ଓ ସୀସା ଆଦି ଅନେକ ପ୍ରକାର ବିଷାକ୍ତ ଭାରିଧାତୁ ରହିଥାଏ । ଏହା ବ୍ୟତୀତ ମୂର୍ତ୍ତିଗୁଡ଼ିକୁ ଚିକ୍କଣ କରିବା ପାଇଁ ପ୍ଲାଷ୍ଟର ପ୍ୟାରିସ ଆଦି ପରିବେଶ ପ୍ରଦୂଷଣ ଜନିତ ଦ୍ରବ୍ୟ ବ୍ୟହାର ହୁଏ ।

ଏଗୁଡ଼ିକ ସାମୟିକ ଭାବେ ମୂର୍ତ୍ତି ଗୁଡ଼ିକୁ ଆକର୍ଷଣୀୟ କରୁଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କୁ ବିଭିନ୍ନ ରୋଗର ଶିକାର କରିବା ସହିତ ମୃତ୍ୟୁମୁଖକୁ ଟାଣିନିଏ । କାରଣ ପୂଜା ପରେ ଏହି ମୂର୍ତ୍ତିଗୁଡ଼ିକ ବିସର୍ଜନ ହେଲାବେଳେ ନଦୀର ପାଣି ଏହି ପ୍ରାକୃତିକ ରଙ୍ଗ ଦ୍ୱାରା ଏତେମାତ୍ରାରେ ବିଷାକ୍ତ ହୋଇଥାଏ ତାହା ପାନ କଲେ କିମ୍ବା ସେ ପାଣିରେ ଗାଧୋଇଲେ ନାନାଦି ପେଟ ଓ ଚର୍ମରୋଗ ସୃଷ୍ଟି ହୋଇଥାଏ ଯାହା ଜୀବଜଗତକୁ ବିପଦ ମୁହଁକୁ ଠେଲିନେବାରେ ଅନେକ ସହାୟକ ହୋଇଥାଏ ।

ସେହିପରି ଅପସଂସ୍କୃତିର ବଶବର୍ତ୍ତୀ ହୋଇ ପୂର୍ବଭଳି ସଂକୀର୍ତ୍ତନ ଆଦି ବାଦ୍ୟ ନ ବଜାଇ ବହୁ ଉଚ୍ଚଶବ୍ଦର ଡ଼ିଜେ ବଜାଇବା ସହ ବହୁ ଶବ୍ଦଯୁକ୍ତ ବାଣ ଫୁଟାଇ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରିବାକୁ ନେଲାବେଳେ ଉଭୟ ବାୟୁ ଓ ଶବ୍ଦ ପ୍ରଦୂଷିତ ହୋଇଥାଏ । ଯାହାର ପ୍ରଭାବ ହଦୃରୋଗୀ, କର୍ଣ୍ଣରୋଗୀ, ଯକ୍ଷ୍ମା ଆଦି ରୋଗୀ ଏପରିକି ମା’ପେଟରେ ବଢୁଥିବା ଶିଶୁ ଉପରେ ମଧ୍ୟ ପଡ଼ିଥାଏ । ଅନୁରୂପ ଭାବେ ଆମ ଓଡ଼ିଶାର ବର୍ତ୍ତମାନ ନଦୀଗୁଡ଼ିକ ଏତେମାତ୍ରାରେ ପ୍ରଦୂଷିତ ଯେ ସେଥିରେ ତେଲ ଓ ଗ୍ରୀଜ୍ ଭଳି ବିଷାକ୍ତ ପଦାର୍ଥ ହାରାହାରି ୫.୧ ରହିବା ସ୍ଥଳେ ବର୍ତ୍ତମାନ ୧୫ ପ୍ରତିଶତରେ ପହଞ୍ଚିଛି । ଭାସନ୍ତା କଠିନ ପଦାର୍ଥର ମାତ୍ରା ଚଳଣୀୟ ବିଶୁଦ୍ଧ ଜଳରେ ମାତ୍ର ୧୦୦ ରହିବା କଥା କିନ୍ତୁ ଏବେ ଏହା ହାରାହାରି ୫ ହଜାରରେ ପହଞ୍ôଚ ନଦୀ ଜଳକୁ ଅତ୍ୟନ୍ତ ବିଷାକ୍ତ କରିଛି ।

ସେହିପରି ନଦୀଜଳରେ ବିଷାକ୍ତ ପାରଦ, ସଲଫର, ହାଇଡ୍ରୋଜେନ, ପେରୋକ୍ଲାଇଡ ଓ ସୀସା ଭଳି ପଦାର୍ଥ ମଧ୍ୟ ଅତି ମାତ୍ରାରେ ବଢି ରହିଛି । ତେଣୁ ରାସାୟନିକ ରଙ୍ଗରେ ପ୍ରସ୍ତୁତ ମୂର୍ତ୍ତି ଗୁଡ଼ିକ ନଦୀରେ ବା ପୁଷ୍କରିଣୀରେ ବିସର୍ଜନ କରାଗଲେ ସେ ଜଳ ଅତ୍ୟନ୍ତ ପ୍ରଦୂଷିତ ହେବ ଏବଂ ତାହା ଅନେକ ପେଟରୋଗ ତଥା ଝାଡ଼ାବାନ୍ତି ଆଦି ମହାମାରୀ ରୋଗ ସୃଷ୍ଟି କରିବ । ତେଣୁ ମୂର୍ତ୍ତିଗୁଡ଼ିକ ନଦୀ କିମ୍ବା ପୁଷ୍କରିଣୀରେ ବିସର୍ଜନ ନକରି ଏଥିପାଇଁ ବିଏମ୍‌ସି ତରଫରୁ ନଦୀକୂଳ ଓ ପୋଖରୀକୂଳରେ ଅସ୍ଥାୟୀ ପୁଷ୍କରିଣୀ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ବିଏମ୍‌ସି କର୍ତ୍ତୃପକ୍ଷ ତଥା ଏହା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ଗଣେଷ ପୂଜା ଶ୍ରୀଗଣେଶ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026

ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କଲେ ଆନ୍ନା ହଜାରେ: ଆସନ୍ତାକାଲି କରିବେ ପ୍ରତିବାଦ

July 22, 2026

‘ହାର ମାନିଲେ ସରକାର’: ଝାଡ଼ଖଣ୍ଡରେ JPSC ପରୀକ୍ଷା ଉପରେ ବିଜେପି ର ପ୍ରତିକ୍ରିୟା

July 22, 2026

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

July 22, 2026
Latest News

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026

ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କଲେ ଆନ୍ନା ହଜାରେ: ଆସନ୍ତାକାଲି କରିବେ ପ୍ରତିବାଦ

July 22, 2026

‘ହାର ମାନିଲେ ସରକାର’: ଝାଡ଼ଖଣ୍ଡରେ JPSC ପରୀକ୍ଷା ଉପରେ ବିଜେପି ର ପ୍ରତିକ୍ରିୟା

July 22, 2026

ଅନଶନ ସମାପ୍ତ କରିବାକୁ ସୋନମ ୱାଙ୍ଗଚୁକ୍ ପ୍ରସ୍ତୁତ: ସରକାରଙ୍କ ନିକଟରେ ରଖିଲେ ସର୍ତ୍ତ

July 22, 2026

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.