Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଓ ଟାଙ୍ଗି ବ୍ଲକରେ ବୁଲିଲା ଅହିଂସା ରଥ
ଆଜିର ଖବର

ଚିଲିକା ଓ ଟାଙ୍ଗି ବ୍ଲକରେ ବୁଲିଲା ଅହିଂସା ରଥ

September 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଚିଲିକା ଓ ଟାଙ୍ଗି ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ବ୍ଲକ ପରିସର ମଧ୍ୟରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥ ହରିପୁରସ୍ଥିତ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ପରେ ଚିଲିକା ବ୍ଲକର ହାଟବରଡି, ସୋରଣ ଗ୍ରାମପଞ୍ଚାୟତ ଓ କାଳୁପଡାଘାଟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା।
ଏହାପରେ ରଥକୁ ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସର ଓ ବଳରାମଦେବ ବିଦ୍ୟାପୀଠରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା କାରଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡିଓ ଶ୍ରୀ ଜଗଦୀଶ ଷଢଙ୍ଗୀ, ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ଟାଙ୍ଗି ବିଡିଓ ସୁଶ୍ରୀ ଐଶ୍ବର୍ଯ୍ୟା ସାମନ୍ତରାୟ, ଟାଙ୍ଗି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିସ୍ମା ମାନଧ୍ୟାତା, ଜିଲ୍ଲା ପରିଷଦ ସଦସ୍ୟ, ଜନ ପ୍ରତିନିଧି, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ସିଡିପିଓ, ସଂପୃକ୍ତ ଫାଣ୍ତି ଓ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା କାଲି ଏହି ରଥ ବୋଲଗଡ ଓ ବେଗୁନିଆ ଗସ୍ତ କରିବ।

ଅହିଂସା ରଥ ଚିଲିକା ଟାଙ୍ଗି ବ୍ଲକ ସ୍ୱାଗତ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.