Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ: ବକ୍ତୃତା ପ୍ରତିଯୋଗିତାରେ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଥମ
ଆଜିର ଖବର

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ: ବକ୍ତୃତା ପ୍ରତିଯୋଗିତାରେ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଥମ

October 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଟାଉନହଲ ଠାରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉଭୟ ମହାପୁରୁଷଙ୍କ ଦେଶପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧିଜୀ ଚିର ସ୍ମରଣୀୟ ଓ ତାଙ୍କ ବାଣୀ ସାମ୍ପ୍ରତିକ ସମାଜରେ ପ୍ରାସଙ୍ଗିକ ହୋଇ ରହିଛି। ମହାତ୍ମାଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପାଢୀ ପରାମର୍ଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ, ଜୀବନ ଶୈଳୀ ଉପରେ ଉଲ୍ଲେଖ କରିଥିଲେ। ଭାରତ ସ୍ବାଧୀନତାରେ ଅହିଂସା ରୂପକ ଅମୋଘ ଅସ୍ତ୍ରର ବ୍ୟାପକତା, ଧର୍ମୀୟ ସଦଭାବନା ଉପରେ ଗୁରୁତ୍ଵାରୋପ କରିଥିଲେ।

ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର କୁମାରୀ ଦିପ୍ତିମୟୀ ପ୍ରତିହାରୀ ପ୍ରଥମ, କୁମାରୀ ଇତିଶ୍ରୀ ସେଠୀ ଦ୍ବିତୀୟ, ରୁଦ୍ରାଭିଶେକ ମାନ୍ଧାତା ତୃତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କୁମାରୀ ମାମାଲି ପ୍ରଧାନ ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧାର ଛାତ୍ରୀ କୁମାରୀ ପୂରବୀ ପ୍ରିୟଦର୍ଶିନୀ ଦ୍ବିତୀୟ, ଏମ୍ ବି ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦକା ଛାତ୍ରୀ କୁମାରୀ ଶୁଭଲକ୍ଷ୍ମୀ ସ୍ବାଇଁ ତୃତୀୟ ସ୍ଥାନ ଅକ୍ତିଆର କରିଥିବାରୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧୀ ଭଜନ ପରିବେଷଣର ଆୟୋଜନ କରାଯାଇଥିଲା।

ଆଜି ସକାଳ ସମୟରେ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସନାତନ ମିଶ୍ର, ସିମୟ କୁମାର ଦାସ, ମହମ୍ମଦ କଲ୍ଲିମୁଦ୍ଦିନ ଶାହା ବିଭିନ୍ନ ପବିତ୍ର ଧର୍ମଗନ୍ଥ ପଠନ କରିଥିଲେ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ପ୍ରଣବ କିଶୋର ମହାନ୍ତି, ଅଧ୍ୟାପକ ସୁବୋଧ କୁମାର ଜଗଦେବ, ସୁକୁମାର ପଟ୍ଟନାୟକ, କ୍ରୀଡା ଶିକ୍ଷକ ଏସ୍ କେ. ସିରାଜ, ଏନସିସି ଅଧିକାରୀ ଜିତେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରେକର୍ଡ ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲ।। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ତମ ଜୟନ୍ତୀ ଉପଲକ୍ଷେ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।
ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଜୟନ୍ତୀ ପାଳିତ ମହାତ୍ମା ଗାନ୍ଧୀ ଲାଲ ବାହାଦୂର ଶାସ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026
Latest News

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.