Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲରେ ଜଟିଳ ଅସ୍ତ୍ରୋପଚାର: ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍
ଆଜିର ଖବର

ସମ୍ ହସ୍ପିଟାଲରେ ଜଟିଳ ଅସ୍ତ୍ରୋପଚାର: ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍

October 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା। ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା।

ଶିଶୁଟିର ପରିବାର ଅନେକ ଗୁଡିଏ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା। ଶେଷରେ ସେମାନେ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ ଶିଶୁକୁ ଦେଖାଇଥିଲେ।

ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର କରିବା ନିମନ୍ତେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗଠନ କରାଯାଇଥିଲା।

ଏହି ଡାକ୍ତରୀ ଦଳରେ ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ। ଚାରି ଘଂଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋଗ୍ରାମ୍‌ର ଟ୍ୟୁମରଟିକୁ ସଫଳତାର ସହ ବାହାର କରାଯାଇଥିଲା। ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା।

ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥତା ଲାଭ କରିଥିଲା। ୧୫ ଦିନ ପରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲା।

ଡାକ୍ତର ପଣ୍ଡା କହିଥିଲେ ଯେ, ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ହୋଇଥିଲା। ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର କରାଯାଇପାରିବ। ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ।

ଜଟିଳ ଅସ୍ତ୍ରୋପଚାର ଟ୍ୟୁମର୍ ଶିଶୁ ପୁତ୍ର ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ପଳାଶୁଣି ଜାତୀୟ ରାଜପଥରେ ନିଶାସକ୍ତ ଚାଳକଙ୍କ ଉପଦ୍ରବ: ୩ଟି କାର ୨ ବାଇକ ଚୂରମାର, ୫ ଗୁରୁତର

September 3, 2026

ଚିନି ଶସ୍ତା ହୋଇଛି, ତଥାପି କାହିଁକି ଦୋକାନରେ ମୂଲ୍ୟ ଅଧିକ?

September 3, 2026

ରେଳବାଇର ‘ଫୁଲ ଟୁର୍ ପ୍ୟାକେଜ୍’ କାଶ୍ମୀରରୁ କନ୍ୟାକୁମାରୀ: ଶୀଘ୍ର କରନ୍ତୁ ବୁକ୍

September 3, 2026

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026
Latest News

ପଳାଶୁଣି ଜାତୀୟ ରାଜପଥରେ ନିଶାସକ୍ତ ଚାଳକଙ୍କ ଉପଦ୍ରବ: ୩ଟି କାର ୨ ବାଇକ ଚୂରମାର, ୫ ଗୁରୁତର

September 3, 2026

ଚିନି ଶସ୍ତା ହୋଇଛି, ତଥାପି କାହିଁକି ଦୋକାନରେ ମୂଲ୍ୟ ଅଧିକ?

September 3, 2026

ତୁର୍କୀରେ ଭୟଙ୍କର ଜାହାଜ ଦୁର୍ଘଟଣା: କାର୍ଗୋ ସିପ୍ ବୁଡ଼ି ୧୦ ନାବିକ ନିଖୋଜ

September 3, 2026

ଇଣ୍ଡିଆନ୍ ଆଥ୍‌ଲେଟିକ୍ସ ସିରିଜ୍: ମିଜୋ ଚାକୋଙ୍କୁ ସ୍ୱର୍ଣ୍ଣ

September 3, 2026

ଆଜି ବସୁଛି ବିସିସିଆଇ ସମୀକ୍ଷା ବୈଠକ: ୨୦୨୭ ବିଶ୍ବକପ୍ ପ୍ରସ୍ତୁତି ନେଇ ହେବ ଆଲୋଚନା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.