Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନସିଆରଏଫ ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଏନସିଆରଏଫ ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

October 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ସ୍କିଲିଂ ପାଇଁ ନ୍ୟାସନାଲ କ୍ରେଡ଼ିଟ୍ ଫ୍ରେମଓ୍ୱାର୍କ (ଏନସିଆରଏଫ) ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଜାତୀୟ ଶିକ୍ଷା ନୀତି (ଏନଇପି) ଅନ୍ତର୍ଗତ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ଏକ ବହୁମୁଖୀ ଉପକରଣ ବୋଲି ସେ କହିଛନ୍ତି।

ଜନଭାଗିଦାରୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରମୁଖ ସ୍ତମ୍ଭ। ଜାତୀୟ ଶିକ୍ଷା ନୀତି-୨୦୨୦କୁ ଜନଭାଗିଦାରୀରେ ପରିଣତ କରିବା ପାଇଁ ମଧ୍ୟ ମୋଦି ସରକାରଙ୍କ ପ୍ରଚେଷ୍ଟା ରହିଛି। ଜନସାଧାରଣଙ୍କ ସ୍ୱୀକୃତି ଅନୁସାରେ ପଲିସି ତିଆରି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କକୁ ସର୍ବୋତ୍ତମ କରିବା ପାଇଁ ଆସନ୍ତା ୪୦ ଦିନ ପର୍ଯ୍ୟନ୍ତ ଏହି ଜନପରାମର୍ଶ ଲୋଡାଯାଇଛି। ଶ୍ରୀ ପ୍ରଧାନ ଦେଶର ସବୁ ଶିକ୍ଷାନୁଷ୍ଠାନ, ସ୍କୁଲ, ଆଇଟିଆଇ, ବୈଷୟିକ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ରାଜ୍ୟ ବିଶ୍ୱବିଦ୍ୟାଳୟକୁ ନିଜ ଓ୍ୱେବସାଇଟରେ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ପାଇଁ ନାଗରିକଙ୍କ ଠାରୁ ମତାମତ ନେବା ପାଇଁ ଅପିଲ୍ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ହେଉଛି ଆଗାମୀ ଭବିଷ୍ୟତ ପାଇଁ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ଏହା ହେଉଛି ଏକ ବହୁମୁଖୀ ଉପକରଣ। ଭାରତ ସରକାର ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ୍ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱାର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହି କ୍ରେଡିଟ୍ ଫ୍ରେମୱାର୍କ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରେଡିଟ୍ ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ବିକାଶ, ସ୍କୁଲ, ଉଚ୍ଚ  ଶିକ୍ଷାନୁଷ୍ଠାନ ସହ ଧନ୍ଦାମୂଳକ  ଶିକ୍ଷା ଏବଂ ଅଭିଜ୍ଞତା ଆଧାରିତ ପାଠପଢ଼ା ମଧ୍ୟରେ ଏକତ୍ରିକରଣ କରାଯାଇ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାକୁ ମୁଖ୍ୟ ସ୍ରୋତକୁ ଆଣିବାରେ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ଗେମ୍ ଚେଞ୍ଜର ହେବ।

ଅଧାରୁ ପାଠପଢା ଛାଡି ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ସହ ଯୋଡ଼ିବାରେ ସାହାଯ୍ୟ କରିବ। ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ ଅନୁଷ୍ଠାନ ଏବଂ କାର୍ଯ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ସ୍କିଲି, ରି-ସ୍କିଲିଂ, ଅପ ସ୍କିଲିଂ, ସ୍ୱୀକୃତି ଏବଂ ମୂଲ୍ୟାଙ୍କନରେ ଅନ୍ତର୍ଭୃକ୍ତ କରିବା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ସହାୟକ ହେବ। ପୂର୍ବରୁ ଏ ନେଇ ରାଜ୍ୟ ସରକାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସହ ପୂର୍ବରୁ ଅନେକ ଥର ଚର୍ଚ୍ଚା ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ ଏବଂ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍କାର ଆଣିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଉଚ୍ଚ ଶିକ୍ଷା ସଚିବ ଓ ଦକ୍ଷତା ବିକାଶ, ଉଦ୍ୟମିତା ବିଭାଗର ସଚିବ ଉପସ୍ଥିତ ଥିଲେ।

ଜାତୀୟ ଶିକ୍ଷା ନୀତି-୨୦୨୦ ଧନ୍ଦାମୂଳକ ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋ
Share. Facebook Twitter LinkedIn Email WhatsApp Copy Link

Related Posts

Law Minister’s Birthday: ବାଣପୁରରେ ପାଳନ ହେଲା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଜନ୍ମଦିନ

December 6, 2025

China Rashifal: ଚୀନ ରାଶିଫଳରେ କେବଳ ଜୀବଜନ୍ତୁଙ୍କୁ କାହିଁକି ନିଆଯାଇଛି, ଜାଣନ୍ତୁ କାରଣ

December 6, 2025

Indigo Flight Crisis: ଇଣ୍ଡିଗୋ ବିମାନ ବାତିଲ ପରେ ସରକାର ନେଲେ ଏହି କାର୍ଯ୍ୟାନୁଷ୍ଠାନ 

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025
Latest News

CM To Visit Maa Tarini Temple: ମା’ତାରିଣୀଙ୍କ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ହେବ ବଡ ଘୋଷଣା

December 6, 2025

Special Train Announcement: ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ୍ ଘୋଷଣା, ଜାଣନ୍ତୁ ଏହାର ନାମ

December 6, 2025

Global Energy Leaders’ Summit 2025: ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଓଡିଶାରେ ଦେଢ ଲକ୍ଷ ସୂର୍ଯ୍ୟଘର

December 6, 2025

Law Minister’s Birthday: ବାଣପୁରରେ ପାଳନ ହେଲା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଜନ୍ମଦିନ

December 6, 2025

China Rashifal: ଚୀନ ରାଶିଫଳରେ କେବଳ ଜୀବଜନ୍ତୁଙ୍କୁ କାହିଁକି ନିଆଯାଇଛି, ଜାଣନ୍ତୁ କାରଣ

December 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.