Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାମନଗର ଉପନିର୍ବାଚନ ପାଇଁ ଦ୍ବିତୀୟ ଦିନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଧାମନଗର ଉପନିର୍ବାଚନ ପାଇଁ ଦ୍ବିତୀୟ ଦିନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

October 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧାମନଗର ଉପନିର୍ବାଚନରେ ଦ୍ବିତୀୟ ଦିନରେ ମାରଥନ ପ୍ରଚାର କଲେ ମନ୍ତ୍ରୀ ଧର୍ମେନ୍ଦ୍ର

ଧାମନଗର/ଭୁବନେଶ୍ୱର: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ।

ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ଏ ଅଞ୍ଚଳ ହେଉଛି ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି। ଏହି ବୀର ଭୂମିରେ ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ। ସୂରଜ ଜଣେ ଉଚ୍ଚ ଶିକ୍ଷିତ ଓ ଲଢୁଆ ଯୁବକ। ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି।

ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ହିମାଳୟ ଭଳି ଅତୁଟ ରହିଛି। ଏଠାକାର କୋଣ ଅନୁକୋଣରେ ଜନପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ସ୍ମୃତି ଜୀବିତ ଅଛି। ମାଆମାନେ ଦଳ ମତ ନିର୍ବିଶେଷରେ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ ଦେଉଛନ୍ତି। ଏ ଅଞ୍ଚଳର ଟାଣୁଆ ସ୍ତମ୍ଭ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସ୍ୱର୍ଗୀୟ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଜନତାଙ୍କ ଆସ୍ଥା ଅତୁଟ ରହିଛି । ଯୁବବର୍ଗ ଲଢୁଆ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି। ଏହି ସହଯୋଗ ବଳରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ଶ୍ରୀ ପ୍ରଧାନ ତିହିଡି ବ୍ଲକ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ମାଆ ସାମନ୍ତାଣିଶୁଣୀ ମନ୍ଦିରରେ ଦର୍ଶନ କରିଥିଲେ। ଭଦ୍ରକ ଜିଲ୍ଲା ଇଚ୍ଛାପୁର, ଶିରାପୁର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଧାମନଗର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଶୋଧିତ ତୈଳ ଦଳ ବଢିଲା

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

ଅଶୋଧିତ ତୈଳ ଦଳ ବଢିଲା

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.