Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ବିଦେଶାଗତ ପକ୍ଷୀ ସୁରକ୍ଷା ନେଇ ଜଳପରୀ ମାଧ୍ୟମରେ ବାର୍ତ୍ତା
ଆଜିର ଖବର

ଚିଲିକାରେ ବିଦେଶାଗତ ପକ୍ଷୀ ସୁରକ୍ଷା ନେଇ ଜଳପରୀ ମାଧ୍ୟମରେ ବାର୍ତ୍ତା

November 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରବିବାର ପୂର୍ବାହ୍ନରେ ଭେଟେରାନ୍ସ କ୍ଲବ ଓଡ଼ିଶା ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଏକ ନିରବଚ୍ଛିନ୍ନ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟନ ଓ ଚିଲିକାରେ ଜଳକ୍ରୀଡ଼ା ପାଇଁ ପ୍ରୋତ୍ସାହନ ସହ ବିଶ୍ୱ ବନ୍ଧୁତ୍ୱ ପ୍ରସାରିତ କରିଛି। ପର୍ଯ୍ୟଟନ ଋତୁରେ ଶୀତର ଆଗମନ ସାଙ୍ଗକୁ ଦଳ ଭର୍ତ୍ତି ଚିଲିକା ଜଳରାଶିରେ ଖାଦ୍ୟ ଅନ୍ୱେଷଣରେ ସୁଦୂର କାସ୍ପିଆନ ସାଗର ଉପକୂଳରୁ ଆରମ୍ଭ କରି ଇରାକ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଆଜରବାଇଜାନ, ଆମେର୍ନିଆ, ସାଇବେରିଆ, କାଜାକିସ୍ତାନ, ଉଜ ବେକିସ୍ତାନ, ରୁଷିଆ, ୟୁକ୍ରେନ, ବୈକାଲ ହ୍ରଦ ଆଦି ଅଞ୍ଚଳରୁ ଅନେକ ପକ୍ଷୀ ଆସିଥାନ୍ତି।

ତିନି ଚାରି ମାସ ରହଣି ପରେ ଶୀତ କମି ଆସିଲେ ପକ୍ଷୀମାନେ ପୁଣିଥରେ ନିଜ ନିଜ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ମାତ୍ର ପକ୍ଷୀମାନଙ୍କ ନିଜସ୍ୱ ବାସସ୍ଥାନ ଯାହାକି ଏହି ଦେଶମାନେ ପରସ୍ପର ମଧ୍ୟରେ କେତେବେଳେ ସୀମା ସରହଦ ତ କେତେବେଳେ ନିଜ ସଂସ୍କୃତିର ପ୍ରତିଷ୍ଠା ପାଇଁ ଯୁଦ୍ଧରେ ମାତୁଥିବା ବେଳେ ମୁକ ପକ୍ଷୀମାନଙ୍କର ଦୀର୍ଘ ତିନି ଚାରି ମାସ ଧରି ଶାନ୍ତିପୂର୍ଣ୍ଣ ରହଣି ଶିକ୍ଷିତ ମାନବ ସମାଜକୁ ଅନେକ ବାର୍ତ୍ତା ସୂଚାଇ ଥାଏ।

ବିଭିନ୍ନ କିଶମର ପକ୍ଷୀ ପରସ୍ପର ଏକାଠି ରହିପାରୁଥିବା ବେଳେ ଏକା ସଦୃଶ ମଣିଷ କେବେ ଜାତି ନାଁରେ ତ କେବେ ଧର୍ମ ତ କେବେ ପୁଣି ଭୌଗଳିକ ସୀମା ନେଇ ବାଦବିବାଦ ଲାଗିରହିଛି। ଯାହାଫଳରେ ମାନବ ସମାଜ ପାଇଁ ଏହା ଅତି ଆତ୍ମଚିନ୍ତନର ବିଷୟ ପାଲଟିଛି।  ଏସବୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଓଡ଼ିଶା ସେନାବାହିନୀରୁ ଅବସରପ୍ରାପ୍ତ ସୈନିକମାନଙ୍କ ସଙ୍ଗଠନ ଭେଟେରାନ୍ସ କ୍ଲବ ଓଡିଶା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧ ବାର୍ତ୍ତା ଉଦ୍ଦେଶ୍ୟରେ ପ୍ରୟାସ କରିଛି।

ଏହିପରିପ୍ରେକ୍ଷୀରେ ଆଜି ଭୋର ୫ଟା ୪୦ ମିନିଟ ସମୟରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇ ଏନ ଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପଙ୍କ ମାଧ୍ୟମରେ ସବୁଜ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଦୀର୍ଘ ସାତ ଘଣ୍ଟା ଧରି ଚିଲିକା ବକ୍ଷରେ ନିରବଚ୍ଛିନ୍ନ ସନ୍ତରଣ ପରେ ମୁମ୍ବାଇ ନିବାସୀ ସୁଜିୟା ରାୟ ବାଲୁଗାଁ ଜେଟି ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ମଞ୍ଚ ଠାରେ ପହଞ୍ଚିଥିଲେ।

ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଆଇ ଏନ ଏସ କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପ, ଭେଟେରାନ୍ସ କ୍ଲବ ସଭାପତି ବିଦ୍ୟାଧର ନାୟକ ପ୍ରମୁଖ ଜିୟାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ।

ଭେଟେରାନ୍ସ କ୍ଲବ ସଭାପତି ଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜିୟାଙ୍କୁ ଉତ୍ସାହିତ କରିଥିଲେ। ଜିୟା ରାୟଙ୍କ ପକ୍ଷୀମାନଙ୍କ ପ୍ରତି ନିବିଡ଼ତାକୁ ବିଭିନ୍ନ ଦିଗରୁ ଭୁୟସୀ ପ୍ରଶଂସାର ସୁଅ ଛୁଟିଥିଲା।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଦଳୀୟ ନେତା, କର୍ମୀ ସମେତ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଆଇ.ଏନ.ଏସ ଚିଲିକା ଚିଲିକା ବିଦେଶାଗତ ପକ୍ଷୀ ଭାରତୀୟ ନୌସେନା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.