ସ୍ବାସ୍ଥ୍ୟ ବିଭାଗରେ ସୃଷ୍ଟି ହେଲା ନୂଆ ୨୦୦୦ ପଦବୀ, ବାହାରିଲା ବିଜ୍ଞପ୍ତି

Published: Nov 20, 2022, 7:32 am IST

ଭୁବନେଶ୍ବର: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ବଡ ପଦକ୍ଷେପ। ଏକାଥରେ ୨୦୦୦ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ LTRMO ପଦବୀ ପାଇଁ ନିଯୁକ୍ତି ଦିଆଯିବ।

ଏହି ବିଜ୍ଞପ୍ତିରେ ୩୦ ଟି ଜିଲ୍ଲାରେ ୧୫୦୦ ପଦବୀ ସୃଷ୍ଟି କରାଯାଇଛି। ସେହିପରି କେବଳ ରାଉରକେଲା ଆରଜିଏଚ ପାଇଁ ୨୦ଟି ପଦବୀ ସୃଷ୍ଟି କରାଯାଇଛି। ଆଉ ୪୮୦ଟି ସବଡିଭିଜିନାଲ ହସପିଟାଲରେ ଏହି ପଦବୀ ସୃଷ୍ଟି କରାଯାଇଛି। ଖୁବ ଶିଘ୍ର ଏ ନେଇ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବ ବୋଲି ଜଣାପଡିଛି।

Related posts