Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଘୁନାଥ ସାହୁଙ୍କ ବାଣପୁର ବ୍ଲକ ‘ବିଜେଡି ମହିଳା ସମାବେଶ’: ଏଥର ଏହିମାନଙ୍କୁ କଲେ ଟାର୍ଗେଟ
ଆଜିର ଖବର

ରଘୁନାଥ ସାହୁଙ୍କ ବାଣପୁର ବ୍ଲକ ‘ବିଜେଡି ମହିଳା ସମାବେଶ’: ଏଥର ଏହିମାନଙ୍କୁ କଲେ ଟାର୍ଗେଟ

December 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଛନ୍ତି।

ବିଗତ ୧୦ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ତିନି ଗୋଟି କର୍ମୀ ସମ୍ମିଳନୀ କରି ବିରୋଧୀ ଗୋଷ୍ଠୀଙ୍କୁ ରଘୁନାଥ କଡା ଜବାବ ଦେଉଛନ୍ତି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଏବଂ ଆଜି ପୁଣି ବାଣପୁର ବ୍ଲକ ବିଜେଡି ବିଶାଳ ମହିଳା ସମାବେଶର ଆୟୋଜନ ରାମପୁର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରଘୁନାଥ ସାହୁ କରିଛନ୍ତି।

ଆଜିର ମହିଳା ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିବାର ଦେଖିବାକୁ ମିଳିଛି। ଲଗାତାର ପୃଥକ ପୃଥକ ବ୍ଲକ ୱାରୀ ପୁରୁଷ ଓ ମହିଳା କର୍ମୀ ସମ୍ମିଳନୀ କରି ବିରୋଧିଙ୍କୁ ଭାବିବା ପାଇଁ ରଘୁନାଥ ସାହୁ ବାଧ୍ୟ କରିଦେଇଛନ୍ତି।

ତେବେ ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବା ବେଳେ ବିଜେଡ଼ି କର୍ମୀମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଘୁନାଥ ସାହୁ ପୁରା ଦମ ଲଗାଇଦେଇଛନ୍ତି।  ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, ସଙ୍ଗଠିକା ଲିଲି ବାଳା ସୁବୁଦ୍ଧି, ପ୍ରମୋଦ ବରାଳ, ବୈଜୟନ୍ତି ଖୁଣ୍ଟିଆ, ସସ୍ମିତା ପରିଡା, ଦେବେନ୍ଦ୍ର ସମାନ୍ତସିଂହର, ରମେଶ ଚନ୍ଦ୍ର ମହାପାତ୍ର ଆଦି ପୁରୁଖା କର୍ମୀମାନେ ଉପସ୍ଥିତ ଥିଲେ। ତେବେ ବାଣପୁର ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ଏବଂ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ରଘୁନାଥ ସାହୁ ଦାବି କରିଥିବା ମଧ୍ୟ ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଏକ ଶୋଭାଯାତ୍ରା କରଯାଇଥିଲା। ଯେଉଁଥିରେ ପୂର୍ବତନ ବିଧାୟକ ବିଜେପି ସହିତ ମିଶି ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଏହି ଶୋଭାଯାତ୍ରାରେ ଦାବୀ ହୋଇଥିଲା। ଏବଂ ବାଲୁଗାଁରେ ତାଙ୍କର କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଥିଲା।

ଗୋଷ୍ଠୀ କନ୍ଦଳ ଚିଲିକା ପୂର୍ବତନ ବିଧାୟକ ବାଣପୁର ବ୍ଲକ ବିଜେଡି ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

September 22, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ: ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

September 22, 2026
Latest News

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

September 22, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ: ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.