ଭାଇରାଲ ହେବାର ଲାଗିଛି ଦିଲ୍ଲୀ ବିମାନ ବନ୍ଦରର ଫଟୋ, ଜାଣନ୍ତୁ ଏହାର କାରଣ

Published: Dec 13, 2022, 3:27 pm IST

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅନେକ ଫଟୋ ଏବଂ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି। ଯାହା #DelhiAirport ହ୍ୟାସଟ୍ୟାଗ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଯାତ୍ରୀମାନେ ବିମାନ ବନ୍ଦରର ଅସହ୍ୟ ଭିଡ଼ ଏବଂ  ଲମ୍ବା ଧାଡିର ଫଟୋ ଏବଂ ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି।

ଯଦିଓ ଆଇଜି ବିମାନ ବନ୍ଦର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୈଣସି ଅଫିସିଆଲ୍ ବିବୃତ୍ତି ଜାରି କରିନାହାଁନ୍ତି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଛୁଟିଦିନ ଏବଂ ବିବାହ ଋତୁ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଭିଡ଼ ପରିଲକ୍ଷିତ ହୋଇଛି। ଏହା ମଧ୍ୟ ପ୍ରଥମ ବର୍ଷ ହେବ ଯେତେବେଳେ ବିମାନ ଯାତ୍ରା ଉପରେ କଠୋର କୋଭିଡ ପ୍ରତିବନ୍ଧକ ଲାଗୁ ହୋଇନାହିଁ। ଫଳରେ ଟିକେଟ ବିକ୍ରି ବୃଦ୍ଧି ପାଇଛି।

ଗତ କିଛି ସପ୍ତାହ ମଧ୍ୟରେ ଦିଲ୍ଲୀରୁ ବିମାନ ଯାତ୍ରା ମହଙ୍ଗା ସତ୍ତ୍ୱେ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ “କୁମ୍ଭ ମେଳା” ବା “ମାଛ ବଜାର” ପରି ଭିଡ଼ ଜମିଥିବା ଜଣାପଡିଛି। ଲୋକମାନେ ସେମାନଙ୍କର ବିମାନ ଉଡ଼ାଣ ସ୍ଥଗିତ ହେବା ଏବଂ କିଛି ବିମାନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ବିଷୟରେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ବିମାନ ବନ୍ଦର ଫଟୋରେ ସେମାନେ ଏହା କୁମ୍ଭମେଳା ନା ମାଛବଜାର ବୋଲି ଲେଖି ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।

Related posts