Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ନେତା ପୱନ ଖେଡାଙ୍କୁ ରୋକିଲା ପୋଲିସ, ବିମାନବନ୍ଦରରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଭିଯୋଗ କରିଛି ଯେ, ରାୟପୁର ଅଭିମୁଖେ ବିମାନରୁ ଏହାର ମିଡିଆ ବିଭାଗର ମୁଖ୍ୟ ପୱନ ଖେଡାଙ୍କୁ ଓହ୍ଲାଇ ଦିଆଯାଇଛି। ଦଳର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ପ୍ରଶ୍ନ କରିଛନ୍ତି ଯେ, ଖେଡାଙ୍କୁ କେଉଁ ଆଧାରରେ ଓହ୍ଲାଇଦିଆଯାଇଛି ଏବଂ ଦେଶରେ କୌଣସି ଆଇନ ଅଛି କି, ନାହିଁ? କୁହାଯାଏ ଯେ, ଏହି ଘଟଣା ଇଣ୍ଡିଗୋ ବିମାନ ନମ୍ବର ୬ଇ୨୦୪ ରେ ଘଟିଥିଲା ​​ଏବଂ ଏହାର ପ୍ରତିବାଦରେ ଅନେକ କଂଗ୍ରେସ ନେତା ବିମାନରୁ ଓହ୍ଲାଇ ଆସିଥିଲେ ଏବଂ ବିମାନଟି ଏବେ ବି ଛିଡା ହୋଇଛି।

ଏହି ପ୍ରସଙ୍ଗରେ କଂଗ୍ରେସ ବିଜେପି ଉପରେ ପ୍ରଶ୍ନ ଉଠାଇଛି। ଦଳ ଏହାକୁ ଛତିଶଗଡରେ କଂଗ୍ରେସ ଅଧିବେଶନ ସହ ଯୋଡିଛି। ରାୟପୁରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସମ୍ମିଳନୀକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରକାଶ ଯୋଗ୍ୟ ଯେ ପୱନ ଖେଡା ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ମନ୍ତବ୍ୟ ସମ୍ପର୍କରେ ବିଜେପି ତାଙ୍କ ବିରୋଧରେ ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରିଥିବାରୁ ଖେଡାଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ସନ୍ଦେହ!, ସିଧାସଳଖ ଦିଲ୍ଲୀ ବିମାନବନ୍ଦରରୁ ସିଧା ଡାକ୍ତରଖାନାକୁ ଗଲେ ୧୩ ବିଦେଶୀ ଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଏ) ରେ କରୋନା ସମ୍ବନ୍ଧରେ କ୍ରମାଗତ ଯାଞ୍ଚ ଚାଲିଛି। କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ବିମାନବନ୍ଦରରୁ ୧୩ ଜଣ ଯାତ୍ରୀଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ ଅଣାଯାଇଛି।

ଥର୍ମାଲ୍ ସ୍କ୍ରିନିଂ ପରେ ଏହି ସମସ୍ତ ଯାତ୍ରୀଙ୍କୁ ଅଲଗା କରାଯାଇଥିଲା ଏବଂ ସେମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସମସ୍ତ ଯାତ୍ରୀ ବିଭିନ୍ନ ଦେଶରୁ ଆସିଥିବା ସୂତ୍ରରୁ ପ୍ରକାଶ। ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ, ସେମାନଙ୍କୁ ଲକ୍ଷଣବିହୀନ କରୋନା ଥିବା ସନ୍ଦେହ କରାଯାଉଛି। କରୋନାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ କରୋନା ପରୀକ୍ଷା କ୍ରମାଗତ ଭାବରେ କରାଯାଉଛି। ଏହା ସହିତ ସମସ୍ତଙ୍କୁ କରୋନା ଗାଇଡଲାଇନ ଅନୁସରଣ କରିବାକୁ ନିବେଦନ କରାଯାଇଛି। ପୂର୍ବରୁ ମଧ୍ୟ ଦେଶର ଡାକ୍ତରଖାନାଗୁଡ଼ିକରେ କରୋନା ସମ୍ବନ୍ଧରେ ଏକ ମକ୍ ଡ୍ରିଲ୍ କରାଯାଇଛି।

Categories
Christmas22 ଆଜିର ଖବର ଜାତୀୟ ଖବର

ଭାଇରାଲ ହେବାର ଲାଗିଛି ଦିଲ୍ଲୀ ବିମାନ ବନ୍ଦରର ଫଟୋ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅନେକ ଫଟୋ ଏବଂ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି। ଯାହା #DelhiAirport ହ୍ୟାସଟ୍ୟାଗ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଯାତ୍ରୀମାନେ ବିମାନ ବନ୍ଦରର ଅସହ୍ୟ ଭିଡ଼ ଏବଂ  ଲମ୍ବା ଧାଡିର ଫଟୋ ଏବଂ ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି।

ଯଦିଓ ଆଇଜି ବିମାନ ବନ୍ଦର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୈଣସି ଅଫିସିଆଲ୍ ବିବୃତ୍ତି ଜାରି କରିନାହାଁନ୍ତି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଛୁଟିଦିନ ଏବଂ ବିବାହ ଋତୁ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଭିଡ଼ ପରିଲକ୍ଷିତ ହୋଇଛି। ଏହା ମଧ୍ୟ ପ୍ରଥମ ବର୍ଷ ହେବ ଯେତେବେଳେ ବିମାନ ଯାତ୍ରା ଉପରେ କଠୋର କୋଭିଡ ପ୍ରତିବନ୍ଧକ ଲାଗୁ ହୋଇନାହିଁ। ଫଳରେ ଟିକେଟ ବିକ୍ରି ବୃଦ୍ଧି ପାଇଛି।

ଗତ କିଛି ସପ୍ତାହ ମଧ୍ୟରେ ଦିଲ୍ଲୀରୁ ବିମାନ ଯାତ୍ରା ମହଙ୍ଗା ସତ୍ତ୍ୱେ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ “କୁମ୍ଭ ମେଳା” ବା “ମାଛ ବଜାର” ପରି ଭିଡ଼ ଜମିଥିବା ଜଣାପଡିଛି। ଲୋକମାନେ ସେମାନଙ୍କର ବିମାନ ଉଡ଼ାଣ ସ୍ଥଗିତ ହେବା ଏବଂ କିଛି ବିମାନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ବିଷୟରେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ବିମାନ ବନ୍ଦର ଫଟୋରେ ସେମାନେ ଏହା କୁମ୍ଭମେଳା ନା ମାଛବଜାର ବୋଲି ଲେଖି ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।