Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ: ମେମୁ ଟ୍ରେନର ଶୁଭାରମ୍ଭ
ଆଜିର ଖବର

ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ: ମେମୁ ଟ୍ରେନର ଶୁଭାରମ୍ଭ

December 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତୀକ୍ଷିତ ଜନସାଧାରଣ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ପୁରୀ-ଜଳେଶ୍ୱର-ପୁରୀ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି।

ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହ୍ଲାଦ ଯୋଶୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦେଶର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରି ନୂତନ ଷ୍ଟେସନ ସ୍ଥାପନ କରି ଷ୍ଟେସନଗୁଡିକର ପୁନଃବିକାଶ କରାଇବା ସହିତ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଆଧୁନିକ ସୁବିଧା ଯୋଗାଇବା କ୍ଷେତ୍ରରେ ସୁଧାର ଆଣି ରେଳବାଇକୁ ପରିବର୍ତ୍ତନ କରିଚାଲିଛନ୍ତି ବୋଲି କହିଥିଲେ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଶାର ରେଳ ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶା ୨୦୧୪ ପୂର୍ବରୁ ୭୦୦ ରୁ ୮୦୦ କୋଟି ଟଙ୍କା ବଜେଟ ଅନୁମୋଦନ ପାଉଥିବାବେଳେ ବର୍ତ୍ତମାନ ୧୦ ହଜାର କୋଟିରୁ ଅଧିକ ଅନୁମୋଦନ ପାଉଅଛି। ସେହିପରି ୨୦୧୪ ପୂର୍ବରୁ ରେଳବାଇ ମାତ୍ର ୨୦ ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ନୂଆ ରେଳ ଲାଇନ ନିର୍ମାଣ କରୁଥିଲାବେଳେ ବର୍ତ୍ତମାନ ବର୍ଷକୁ ପ୍ରାୟ ୩୦୦ କିମି ରେଳ ଲାଇନ ନିର୍ମାଣ କରୁଛି। ଏହା ବ୍ୟତୀତ ଓଡିଶାର ୩୬ ରେଳ ଷ୍ଟେସନକୁ ବର୍ତ୍ତମାନ ଆଧୁନିକ ସୁବିଧା ସହିତ ନବୀକରଣ କରାଯାଉଛି ଯେଉଁଠାରେ ରାଜ୍ୟର ପ୍ରତ୍ୟେକ କୋଣକୁ ପ୍ରାଥମିକତା ଦିଆଯାଇଛି। ଏହା ସହିତ ଜଗନ୍ନାଥ ସର୍କିଟ ଟ୍ରେନ ଅଳ୍ପ ଦିନ ମଧ୍ୟରେ ଚଳାଚଳ କରିବବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶରେ ଆଧୁନିକ ଭିତ୍ତିଭୂମି ଏବଂ ସୁବିଧା ସହିତ ଅନେକ ଯାତ୍ରୀ ପାରିସେବା ରହିବ। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ଯୋଗଦାନ କରିଥିଲେ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଷ୍ଟେସନ ଠାରେ ଆୟୋଜିତ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସମ୍ବଲପୁର ଏବଂ ଶାଲିମାର ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଇଥିଲେ। ଅନୁଗୁଳ-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବ ଓ ଯାତ୍ରା ସୁବିଧା ଯୋଗାଇଦେବ।

ପରେ, ଅନୁଗୁଳ ଲୋକୋ ସେଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବ ଉଦ୍ଘାଟନ କରିଥିଲେ। ଅନୁଗୁଳ-ବଳରାମ ନୂତନ ରେଳ ଲାଇନ ମାଲ ପରିବହନ ପାଇଁ ସୁବିଧା ଯୋଗାଇବ। ଏହା ବିଶେଷ ଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ବିଭିନ୍ନ ଶିଳ୍ପ ଏବଂ ପାୱାର ହାଉସକୁ କୋଇଲା ଯୋଗାଇବ ଏବଂ ଦେଶ ପାଇଁ ଅତିରିକ୍ତ ରାଜସ୍ୱ ଯୋଗାଇପାରିବ।

ଓଡିଶା ବିଧାନସଭାର ଉପ ବାଚସ୍ପତି ରଜନୀ କାନ୍ତ ସିଂ, ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଅନୁଗୁଳ ଠାରେ ଆୟୋଜିତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେଇଥିଲେ।

ଏହାପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଉଭୟ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ରେଳବାଇ କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ କହିଥିଲେ।

ଧର୍ମେନ୍ଦ୍ର ପ୍ରଧାନ ପୁନଃବିକାଶ ଭିତ୍ତିପ୍ରସ୍ତର ସ୍ଥାପନ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.