Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲରେ ୩୦ ଦିନର ନବଜାତ ଶିଶୁର ସଫଳ ହୃଦରୋଗ ଚିକିତ୍ସା
ଆଜିର ଖବର

ସମ୍ ହସ୍ପିଟାଲରେ ୩୦ ଦିନର ନବଜାତ ଶିଶୁର ସଫଳ ହୃଦରୋଗ ଚିକିତ୍ସା

January 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ଜନ୍ମରୁ ହୃଦ ସମସ୍ୟା ଥିବା ଏକ ନବଜାତ ଶିଶୁର ସଫଳ ବେଲୁନ୍ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରିପାରିଛନ୍ତି।

ସମ୍ ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଚିକିତ୍ସା ଯୋଗୁଁ ୩୦ ଦିନର ଶିଶୁ ପୁତ୍ରକୁ ନୂଆ ଜୀବନ ମିଳିଛି। ହୃଦରୋଗ ଓ ନବଜାତ ଶିଶୁ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଭାବେ ଏହି ଚିକିତ୍ସା କରାଯାଇପାରିଛି । ନିମାପଡ଼ାର ତୁଳସୀପୁର ଗ୍ରାମର ରମାକାନ୍ତ ଭୋଇ ଓ ଦୀପ୍ତିରାଣୀ ଭୋଇଙ୍କ ନବଜାତ ଶିଶୁପୁତ୍ରର ଶ୍ୱାସପ୍ରକ୍ରିୟାରେ ଅସୁବିଧା ଦେଖାଯିବାରୁ ସେମାନେ ଜାନୁୟାରୀ ୨ତାରିଖ ଦିନ ସମ୍ ହସ୍ପିଟାଲରେ ଶିଶୁଟିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଶିଶୁପୁତ୍ରର ଶରୀରରେ କୋ-ଆର୍କଟେସନ୍ ଅଫ୍ ଆଓର୍ଟା ବା ମହାଧମନୀର ସଙ୍କୋଚନ ସମସ୍ୟା ଥିବା ଜଣା ପଡ଼ିଥିଲା।

ଏହି ରୋଗରେ ଶରୀରର ନିମ୍ନ ଅର୍ଦ୍ଧ ଭାଗକୁ ରକ୍ତ ସଂଚାଳନ ବନ୍ଦ ହୋଇଯାଏ। ଯାହାଫଳରେ ଶିଶୁଟି ମୁର୍ମୂଷୁ ଅବସ୍ଥାକୁ ଚାଲିଯାଇଥାଏ ଓ ତୁରନ୍ତ ଚିକିତ୍ସା ଆବଶ୍ୟକ ହୁଏ। ସମ୍ ହସ୍ପିଟାଲ୍‌ର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର କୁମାର ଗୌରବ ବେହେରାଙ୍କ ନେତୃତ୍ୱରେ ଶିଶୁଟିର ବେଲୁନ୍ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ହୃଦରୋଗ ଓ ନବଜାତ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସହିତ ଟେକ୍ନିସିଆନ୍ ଷ୍ଟାଫ୍ ତଥା ଏକ ୧୦ ଜଣିଆ ଟିମ୍ ଏହି ଚିକିତ୍ସା କରିବାରେ ସଫଳ ହୋଇଥିଲେ।

ଏହା ଏକ ବିରଳ ସମସ୍ୟା ହୋଇଥିବା ବେଳେ ଲକ୍ଷଣ ଜାଣିବା ମାତ୍ରେ ଚିକିତ୍ସା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ଏହି ଚିକିତ୍ସା ଏବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମିଳିପାରୁଛି। ଏ ନେଇ ପ୍ରତି ଶିଶୁଙ୍କର ବାପା-ମା ସଜାଗ ରହିବା ସହ ସଚେତନ ହେବା ଜରୁରୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଏହି ଚିକିତ୍ସାରେ ଡାକ୍ତର ଅନୁସ୍ପନ୍ଦନା ମହାପାତ୍ର, ଟେକ୍ନିସିଆନ୍ ଶ୍ର୍ରୀ ତାପସ, ଶ୍ରୀ ଅର୍ଘ, କ୍ୟାଥ୍ ଲାବ୍‌ର ନର୍ସିଂ ଅଫିସର୍ ସୁଶ୍ରୀ ସନ୍ଧ୍ୟା ସହଯୋଗ କରିଥିଲେ। ନବଜାତ ଶିଶୁ ବିଭାଗର ଆଇସିୟୁର ନିଓନାଟୋଲୋଜି ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରତନ ଦାସ, ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ବିଜୟ ତେଜ କୋଲା, ଡାକ୍ତର ବିନିତ୍ ପାଣିଗ୍ରାହୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର କଳ୍ପିତା ସାହୁ , ଡାକ୍ତର ଶିଳ୍ପା, ଡାକ୍ତର ଦେବୀ ପ୍ରସାଦ ସାହୁ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସମସ୍ତ ଚିକିତ୍ସାର ଭାର ବହନ କରିଥିଲେ। ଏବେ ଶିଶୁ ବିପଦମୁକ୍ତ ଅଛି। ଶିଶୁ ପୁତ୍ରଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାର ପରିବାର ଲୋକ ଏ ନେଇ ସମ୍ ହସ୍ପିଟାଲର ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି।

ନବଜାତ ଶିଶୁ ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026
Latest News

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.